ମୁମ୍ବାଇ: ‘ୱାଇ ପ୍ଲସ୍’ ସିକ୍ୟୁରିଟି ସହ ଫିଲ୍ମର ହଲ୍ରେ ପହଞ୍ଚିଲେ ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ । ଚଳଚ୍ଚିତ୍ର ‘ଯବାନ୍’ର ସଫଳତା ଯୋଗୁଁ ଶାହରୁଖ ଙ୍କୁ ହତ୍ୟା ଧମକ ମିଳିଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ପରେ ଶାହରୁଖଙ୍କୁ ‘ୱାଇ ପ୍ଲସ୍’ ସୁରକ୍ଷା ଯୋଗାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର । ଏବେ ଶାହରୁଖ ସୁରକ୍ଷାକର୍ମୀଙ୍କ ସହ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି ।
‘ୱାଇ ପ୍ଲସ୍’ ସୁରକ୍ଷା ମିଳିବା ପରେ ଶାହରୁଖ ପ୍ରଥମ ଥର ସୁରକ୍ଷାକର୍ମୀଙ୍କ ସହ ‘କୁଛୁ କୁଛୁ ହୋତା ହୈ’ର ସ୍କ୍ରିନିଂରେ ପହଞ୍ଚିଥିଲେ । ଫିଲ୍ମ ରିଲିଜକୁ ୨୫ବର୍ଷ ପୂର୍ତ୍ତି ଅବସରରେ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର ବଲିଉଡ କଳାକାରଙ୍କ ପାଇଁ ଫିଲ୍ମର ୩ଟି ସ୍ୱତନ୍ତ୍ର ସ୍କ୍ରିନିଂ ରଖିଥିଲେ ।
ଏହି ସ୍କ୍ରିନିଂରେ ବଲିଉଡର ଅନେକ କଳାକାର ନଜର ଆସିଥିବା ବେଳେ ଶାହରୁଖ ମଧ୍ୟ ସ୍କ୍ରିନିଂରେ ସାମିଲ ହୋଇଥିଲେ । ହେଲେ ଜୀବନ ପ୍ରତି ବିପଦ ଥିବାରୁ ସେ ସୁରକ୍ଷାକର୍ମୀଙ୍କ ସହ ସ୍କ୍ରିନିଂକୁ ଯାଇଥିବା ଦେଖାଯାଇଥିଲା ।
Comments are closed.