Latest Odisha News

ଦୁନିଆର ସବୁୁଠୁ କମ୍ ଓଜନର ଶିଶୁ, ଯାହାର ଓଜନ ମାତ୍ର ୩୨୮ ଗ୍ରାମ୍‌

ବ୍ରିଟେନ: ଦୁନିଆରେ ପ୍ରତ୍ୟେକ ଦିନ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଜନ୍ମ ଗ୍ରହଣ କରିଥାନ୍ତିି । ସେଥିମଧ୍ୟରୁ କେତେକ ଶିଶୁ ସୁସ୍ଥ ସବଳ ଜନ୍ମ ନେଉଥିବା ବେଳେ ଆଉ କିଛି ରୋଗିଣା ହୋଇଥାନ୍ତି । ସାଧାରଣତଃ ଗୋଟେ ଶିଶୁ ୩ କେଜିରୁ ଅଧିକ ଓଜନର ହେଲେ ତାହା ସୁସ୍ଥ ଶିଶୁ ବୋଲି କୁହାଯାଇଥାଏ । ହେଲେ ବ୍ରିଟେନର ୱେଲ୍ସରେ ଏକ ପିଲା ଜନ୍ମ ହୋଇଛି, ଯାହାର ଓଜନ ମାତ୍ର ୩୨୮ ଗ୍ରାମ୍ । ଏହି ପିଲା ଜନ୍ମ ସମୟର ୫ ମାସ ଆଗରୁ ଜନ୍ମ ହୋଇଛି ।

ବ୍ରିଟେନର ୱେଲ୍ସରେ ରୁହନ୍ତି ଡାନିଏଲ ଚାମ୍ବର୍ସ ଓ ତାଙ୍କ ପତ୍ନୀ ଚାଣ୍ଟିଲି ଚାମ୍ବର୍ସ ଚାଣ୍ଟିଲି ୪ ମାସର ଗର୍ଭବତୀ ଥିଲେ । ଦିନେ ହଠାତ୍ ଚାଣ୍ଟିଲିଙ୍କ ଗର୍ଭାବସ୍ଥାରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଧୀରେ ଧୀରେ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ହସ୍ପିଟାଲରେ ୪ ମାସରେ ହିଁ ପିଲାକୁ ଜନ୍ମ ଦେଲେ । ଏହି ଶିଶୁର ଓଜନ ମାତ୍ର ୩୨୮ ଗ୍ରାମ । ଏହା ଦୁନିଆର ସବୁଠୁ କମ୍ ଓଜନର ଶିଶୁ ବୋଲି ବିବେଚନା କରାଯାଇଛି । ଏହି ଶିଶୁର ନାମ ରବିନ୍ ଚାମ୍ବର୍ସ ରଖାଯାଇଛି ।

ରବିନ୍‌ଙ୍କୁ ଏନ୍ୟୁରିନ ବେଭନ ୟୁନିଭର୍ସିଟିର ହେଲ୍‌ଥ ବୋର୍ଡ ୱେଲ୍ସର ସବୁଠୁ ଛୋଟ ଛୁଆ ଭାବେ ଆଖ୍ୟା ଦିଆଯାଇଛି । ପିଲାଟି ଏତେ ଛୋଟ ଜନ୍ମ ହୋଇଛି ଯେ, ସେ ତା’ ମା’ଙ୍କ ହାତରେ ଜାଗା ହୋଇଯାଉଛି । ଡାକ୍ତରଙ୍କ କହିବା କଥା, ରବିନ୍ ମାତ୍ର ୨୩ ସପ୍ତାହରେ ହିଁ ଜନ୍ମ ହୋଇଛନ୍ତି । ସେ ଯେତେବେଳେ ଜନ୍ମ ହେଲେ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଏତେ ଛୋଟ ହୋଇଥିବାରୁ ଡାକ୍ତରମାନଙ୍କୁ ତା’ ଶିରା ଖୋଜିବାକୁ ବହୁ ସମୟ ଲାଗିଗଲା । ଧୀରେ ଧୀରେ ରବିନ୍‌ର ଓଜନ ବଢୁଛି । ସେ ଏବେ ୩ ମାସର ହୋଇଥିବାବେଳେ ତାଙ୍କ ଓଜନ ବଢ଼ି ୧ କେଜି ହୋଇଯାଇଛି । ଗତ ଜୁଲାଇରେ ଜନ୍ମହୋଇଥିବା ରବିନ୍ ସେବେଠାରୁ ହସ୍ପିଟାଲରେ ହିଁ ଅଛି ।

Comments are closed.