କାଏରୋ: ନିକଟରେ ମିଶରରେ ଏକ ପ୍ରାଚୀନ କବର ଠାବ କରାଯାଇଛି । ଏଥିରେ ‘ମୃତକଙ୍କ ବହି’ ସହ ୩୪୦୦ ବର୍ଷ ପୁରୁଣା ମମି ଆକୃତି ମୃତଦେହ ରହିଥିବା ଦେଖିବାକୁ ମିଳିଛି । ଏଥିରେ ପ୍ରାଚୀନ ମିଶରର ନ୍ୟୁ କିଙ୍ଗ୍ଡମ୍ର ପୂଜାରୀଙ୍କ ମୃତଦେହ ସାମିଲ ହୋଇଥାଇପାରେ ବୋଲି କୁହାଯାଉଛି ।
ରିପୋର୍ଟ ମୁତାବକ, ମିଶର ରାଜଧାନୀ କାଏରୋଠାରୁ ୨୨୦ କି.ମି. ଦୂର ଦକ୍ଷିଣରେ ମିନ୍ୟାରେ ଟୁନା ଇଏଲ୍ ଗେବେଲ ନେକ୍ରୋପଲିସ୍ର ଅଲ୍ ଘୁରାଇଫା ଅଞ୍ଚଳରେ ଏହ ପ୍ରାଚୀନ କବର ଠାବ କରାଯାଇଛିି । ମିଶର ମିନିଷ୍ଟ୍ରି ଅଫ୍ ଟୁରିଜମ୍ ଆଣ୍ଡ ଆଣ୍ଟିକ୍ୱିଟିଜ୍ ଅନୁସାରେ, କବରସ୍ଥାନରେ ବଡ଼ ସଂଖ୍ୟାରେ ପଥର କାଟି ତିଆରି ହୋଇଥିବା କବର ଏବଂ ଅନେକ ଆର୍କିଓଲୋଜିକାଲର ଅବଶେଷ ରହିଛି । ପ୍ରତ୍ୟେକ କବରରେ ବହୁ ପରିମାଣର ପ୍ରାଚୀନ ବସ୍ତୁ ରଖାଯାଇଛି; ଯେଉଁଥିରେ ‘ମୃତକଙ୍କ ବହି’ ଭଳି ପାପିରସ୍ ମିଳିଛି ।
ଏହା ପ୍ରାୟ ୫୦ ଫୁଟ ଲମ୍ବା ଏବଂ ତାହା ଭଲ ସ୍ଥିତିରେ ରହିଛି । ‘ମୃତକଙ୍କ ବହି’ ହେଉଛି ଏକ ପ୍ରାଚୀନ ମିଶରର ଅନ୍ତ୍ୟେଷ୍ଟି ପାଠ । ଏହା ସାଧାରଣତଃ ପାପିରସ୍ରେ ପତ୍ରରେ ଲେଖାଯାଏ । ସେଥିରେ ଅନେକ ପ୍ରକାର ମନ୍ତ୍ର ଲେଖାଯାଇଛି । ବିଶ୍ୱାସ ରହିଛି ଏହା ପରଲୋକରେ ମୃତକଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । କବରରେ ୨ ମହିଳାଙ୍କ ନାମ ସାମିଲ ଥିବା ତାବୁଲ ମିଳିଛି, ଯେଉଁଥିରୁ ପ୍ରାଚୀନ ମିଶରର ଦେବତାଙ୍କ ଝିଅ ଡିଜ୍ହୁତିଙ୍କର । ଏହି କବରସ୍ଥଳ ନ୍ୟୁ କିଙ୍ଗ୍ଡମ୍ ଯୁଗର ବୋଲି ବିଶ୍ୱାସ କରାଯାଏ ।
Comments are closed.