Latest Odisha News

ଡ୍ୟୁଟି ସମୟରେ ପ୍ରାଣ ହରାଇଲେ ଅଗ୍ନିବୀର ଅକ୍ଷୟ: ସେନା

ନୂଆଦିଲ୍ଲୀ: ସିଆଚିନରେ ଡ୍ୟୁଟି କରୁଥିବା ବେଳେ ଜଣେ ଅଗ୍ନିବୀରଙ୍କର ମୃତ୍ୟୁ ହୋଇଥିବା ସେନାର ଲେହ-ମୁଖ୍ୟାଳୟ ଫାୟାର ଆଣ୍ଡ ଫ୍ୟୁରୀ କର୍ପସ ପକ୍ଷରୁ ରବିବାର କୁହାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ସେନାର ସମସ୍ତ ପାହ୍ୟାର ଅଧିକାରୀମାନେ ମହାରାଷ୍ଟ୍ରର ଅଗ୍ନିବୀର ଅକ୍ଷୟ ଲକ୍ଷ୍ମଣଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଡ୍ୟୁଟି ସମୟରେ ପ୍ରାଣ ହରାଇଥିବା ପ୍ରଥମ ଅଗ୍ନିବୀର ହୋଇଛନ୍ତି ଅକ୍ଷୟ।

କାରାକୋରମ ପର୍ବତମାଳାରେ ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ଥିବା ସିଆଚିନ୍ ଗ୍ଲେସିୟରକୁ ବିଶ୍ୱର ସବୁଠାରୁ ଉଚ୍ଚ ମିଲିଟାରାଇଜଡ୍ ଜୋନ୍ କୁହାଯାଏ, ଯେଉଁଠାରେ ଯବାନମାନଙ୍କୁ ତୁଷାରପାତ ଏବଂ ଉଚ୍ଚ ପବନ ସହ ଲଢ଼ିବାକୁ ପଡ଼ିଥାଏ। ଶନିବାର ପୂର୍ବାହ୍ନରେ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫାୟାର ଆଣ୍ଡ ଫ୍ୟୁରୀ କୋରର ସମସ୍ତ ରାଙ୍କ ଅଗ୍ନିବୀର ଅକ୍ଷୟ ଲକ୍ଷ୍ମଣଙ୍କ ସର୍ବୋଚ୍ଚ ବଳିଦାନକୁ ସଲାମ କରିଛି।

ଅଗ୍ନିବୀରଙ୍କୁ ଯୁଦ୍ଧରେ ସାମିଲ କରାଯିବାର ସର୍ତ୍ତାବଳୀରେ ସାମିଲ ରହିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ଅଗ୍ନିବୀରଙ୍କ ପରିବାରକୁ ୪୮ ଲକ୍ଷ ଟଙ୍କାର ବୀମା ରାଶି ସହ ୪୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହା ବ୍ୟତୀତ ଅଗ୍ନିବୀର (୩୦ ପ୍ରତିଶତ) ଦ୍ୱାରା ଯୋଗଦାନ କରାଯାଇଥିବା ସେବା ନିଧିରୁ ମଧ୍ୟ ପରିବାର ସଦସ୍ୟଙ୍କୁ ଅର୍ଥ ମିଳିବ, ଯେଉଁଥିରେ ସରକାରଙ୍କ ସମାନ ଯୋଗଦାନ ଏବଂ ସେଠାରେ ସୁଧ ମିଳିବ।

ପରିବାର ସଦସ୍ୟଙ୍କୁ ମୃତ୍ୟୁ ତାରିଖରୁ ଚାରି ବର୍ଷ (୧୩ ଲକ୍ଷ ଟଙ୍କାରୁ ଅଧିକ) ପୂରଣ ହେବା ଯାଏଁ  ଦରମା ମିଳିବ ବୋଲି ସୂତ୍ରରୁ ପ୍ରକାଶ।
ସେହିପରି ମୃତକଙ୍କ ପରିବାରକୁ ଆର୍ମଡ ଫୋର୍ସେସ ବ୍ୟାଟେଲ କାଜୁଆଲିଟି ଫଣ୍ଡରୁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସେନା ସୂତ୍ରରୁ ଜଣାପଡ଼ିଛି।

Comments are closed.