Latest Odisha News

ଶେଷରେ ପାୱାର ପ୍ଲେରେ ଛକା ମାରିଲା ପାକିସ୍ତାନ

ଚେନ୍ନାଇ: ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ ଟିମ ପାୱାର ପ୍ଲେରେ ଛକା ମାରି ନ ପାରି ଅପମାନିତ ହେଉଥିଲା । ଚଳିତ ବିଶ୍ୱକପରେ ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଦଳକୁ ଏହି ଅପବାଦରୁ ମୁକ୍ତ କରିଛନ୍ତି । ୨୦୨୩ରେ ପାକିସ୍ତାନ ଟିମ ପାୱାର ପ୍ଲେରେ ଛକା ମାରି ନ ଥିଲା । ୧୧୬୮ ବଲରେ ପରେ ଓପନର ଅବଦୁଲ୍ଲ ଶଫିକ ୨ଟି ଛକା ମାରିଥିଲେ । ୨୦୨୩ରେ ଭାରତ ପାୱାର ପ୍ଲେରେ ସର୍ବାଧିକ ୪୬ ଛକା ମାରିଛି । ଅଷ୍ଟ୍ରେଲିଆ ୩୪ ଓ ଦକ୍ଷିଣ ଆଫ୍ରିକା ୧୯ ଛକା ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ୧୬ ଛକା ସହ ୪ର୍ଥ ଏବଂ ଶ୍ରୀଲଙ୍କା(୧୪ଛକା) ୫ମ ସ୍ଥାନରେ ଅଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୩ ରନର ଲକ୍ଷ୍ୟ ପ୍ରଦାନ କରିଛି । ସବିଶେଷ ଖବର ହସ୍ତଗତ ହେଲା ବେଳକୁ ଆଫଗାନିସ୍ତାନ ପ୍ରଭାବୀ ପ୍ରଦର୍ଶନ କରି ୨୯ ଓଭରରେ ୧ ୱିକେଟ ବିନିମୟରେ ୧୭୧ ରନ ସଂଗ୍ରହ କରି ନେଇଛି । ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିବାକୁ ହେଲେ ପାକିସ୍ତାନ ଏହି ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟ କରୁଛି ।

Comments are closed.