ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି କହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ ରୂପ ନେଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ସାଇକ୍ଲୋନିକ ଝଡ଼ରେ ପରିଣତ ହୋଇପାରେ।
ଏହା ଏବେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ପାରାଦୀପଠାରୁ ପ୍ରାୟ ୨୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ପଶ୍ଚିମବଙ୍ଗର ଦିଘା ଠାରୁ ୩୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ ଖେପୁପାରା ଏବଂ ଚଟଗାଁ ମଧ୍ୟରେ ବାଂଲାଦେଶ ଉପକୂଳ ପାର ହେବାର ସମ୍ଭାବନା ରହିଛି।
ଏହି ସମୟରେ ଓଡିଶା ସରକାର ସମସ୍ତ ଜିଲାପାଳଙ୍କୁ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି। ପ୍ରବଳ ବର୍ଷା ହେଲେ ନିମ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହା ଉତ୍ତର ଦିଗକୁ ଗତି କରିବ। ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ। ଏହାର ତୀବ୍ରତା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଢିବ। କାଲି ସକାଳେ ୮୦ରୁ ୯୦ ବା ୧୦୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
୨୩ ତାରିଖ ଅର୍ଥାତ ଆଜି ଅନେକ ସ୍ଥାନରେ ବର୍ଷା ହୋଇ ଯାଇଛି । ୨୪ ତାରିଖ ମଧ୍ୟ ଓଡ଼ିଶାରେ ହାଲୁକା ଧରଣର ବର୍ଷା ହୋଇପାରେ । ତେବେ ଉତ୍ତର ଓଡ଼ିଶାର ଉପକୂଳିଆ ଜିଲ୍ଲାର ଗୋଟିଏ ବା ଦୁଇଟ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ ପବନର ବେଗ ୫୫ରୁ ୬୫ ଡିଗ୍ରୀ ରହିଛି । ୨୩ ତାରିଖ ସନ୍ଧ୍ୟାରୁ ଜଗତସିଂହପୁର, ବାଲେଶ୍ୱର ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ବହିପାରେ । ଉପକୂଳିଆ ଜିଲ୍ଲାରେ କୋହଲା ପବନ ବହିବାରେ । ୨୪ ତାରିଖ ମଧ୍ୟ ୪୦ରୁ ୫୦ କିମି ଘଣ୍ଟା ପ୍ରତି ପବନ ବହିପାରେ ବୋଲି ସତର୍କ ସୂଚନା ଦେଇଛନ୍ତି ଆଇଏମଡି ଡିଜି।
Comments are closed.