Latest Odisha News

BREAKING NEWS

ବାଂଲା ଉପକୂଳ ଅତିକ୍ରମ କଲା ‘ହାମୁନ୍’: ଘଣ୍ଟାପ୍ରତି ପବନର ବେଗ ଥିଲା ୭୫ରୁ ୮୫ କିମି

ଭୁବନେଶ୍ୱର:ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଛି ବାତ୍ୟା ହାମୁନ । ମଙ୍ଗଳବାର ରାତି ସାଢେ ଗୋଟାଏରୁ ସାଢେ ୨ଟା ମଧ୍ୟରେ ଏହା ବାଂଲାଦେଶ ଦେଇ ଅତିକ୍ରମ କରିଛି ।  ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ଚିଟ୍ଟାଗଙ୍ଗଠାରୁ ୪୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା।

ଏହା ଦୁର୍ବଳ  ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ।  ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୮୦ରୁ ୯୦ କିମି ଥିଲା । ସମୟେ ସମେୟ ୧୦୦ କିମି ମଧ୍ୟ ଛୁଇଁଥିଲା ।

ବାତ୍ୟା ହାମୁନକୁ ନେଇ ଯଦିଓ ଓଡ଼ିଶା ପାଇଁ କୌଣସି ବିପଦ ସୂଚନା ନାହିଁ ତେବେ ମତ୍ସ୍ୟଜୀବୀମାନଙ୍କୁ ୧୨ ଘଣ୍ଟା ପାଇଁ ସମୁଦ୍ର ଭିତରକୁ ନ ଯିବା ଲାଗି ସତର୍କ କରିଛି ପାଣିପାଗ ବିଭାଗ ।

ଅନ୍ୟପକ୍ଷେ ଆଗାମୀ କିଛି ଘଣ୍ଟା ମଧ୍ୟରେ ବାତ୍ୟା ହମାନ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ମିଜୋରାମରେ ପ୍ରବଳ ବର୍ଷା ହୋଇପାରେ ।   ସେହିପରି ଓଡ଼ିଶା ଉପକୂଳ ସମେତ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.