କୋରାପୁଟ:ଗୁରୁବାର ରାତି ପ୍ରାୟ ୪ଟାର ଘଟଣା । ଚାରିଆଡ ମିଞ୍ଜି ମିଞ୍ଜି ଅନ୍ଧାର । ନାବାଳକ ଜଣେ ବୁଲୁଥିଲେ ରେଲୱେ ଟ୍ରାକରେ । ହଠାତ୍ ମାଡି ଆସିଲା ଯନ୍ତ୍ର ଦାନବ । ପିଟିଦେଲା ନାବାଳକଙ୍କୁ । କିଛି ବୁଝିବା ପୂର୍ବରୁ ଛିଟିକି ପଡି ଦୂରରେ ପଡିଲେ ନାବାଳକ । ଏମିତି ଘଟଣା ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ।
ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ଗାଁ ନିକଟରେ ମାଲ୍ବାହୀ ଟ୍ରେନ ଧକ୍କାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ତେବେ ମୃତ ନାବାଳକ ଜଣକ କିଏ ଏବଂ ଏ ଅନ୍ଧାର ରାତିରେ ରେଳ ଧାରଣାରେ କାହିଁକି ବୁଲୁଥିଲେ ତାହା ଜଣା ପଡିନାହିଁ ।
ନାବାଳକ ଜଣକ ରେଳଧାରଣାରେ ବୁଲୁଥିବା ବେଳେ ରାତି ପ୍ରାୟ ୪ଟା ସମୟରେ କୁସୁମଗୁଡ଼ା ଗାଁ ନିକଟ ଟ୍ରେନ ଲାଇନରେ ଟ୍ରେନ୍ ଗତି କରୁଥିଲା। ଉକ୍ତ ସମୟରେ ନାବାଳକଜଣକ ଟ୍ରାକ୍ରେ ଥିବା ବେଳେ ଟ୍ରେନ୍ଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଲକ୍ଷ୍ମୀପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
BREAKING NEWS
- ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍
- ଟ୍ରମ୍ପଙ୍କୁ ମିଳିଲା ଶାନ୍ତି ପୁରସ୍କାର…
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
Comments are closed.