Latest Odisha News

BREAKING NEWS

ଓଡିଶାରେ ପୁଞ୍ଜି ବିନିଯୋଗ କରିବ କୋରିଆ !

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କୋରିଆ ଶିଳ୍ପସଂସ୍ଥାନ ଗୁଡିକୁ ଆହ୍ୱାନ କରିଛନ୍ତି ।

ଓଡିଶାରେ ପୁଞ୍ଜିନିବେଶ କରିବା ଲାଗି ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି କୋରିଆ ଶିଳ୍ପସଂସ୍ଥାନ । କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲଙ୍କ ସହ ତାଙ୍କର ୯ ଜଣିଆ ଶିଳ୍ପ ପ୍ରତିନିଧି ଦଳ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛିନ୍ତି ।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଗୁରୁତ୍ୱାରୋପ କରୁଛନ୍ତି । ସେଗୁଡିକ ହେଲା, ଆଲୁମିନିୟମ, ଇଲେକ୍ଟ୍ରୋନିକ୍ , ପର୍ଯ୍ୟଟନ, କେମିକାଲ ଓ ପେଟ୍ରୋ କେମିକାଲ, ଫୁଡ଼ ପ୍ରୋସେସିଂ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ କୋରିଆ ରାଷ୍ଟ୍ରଦୂତ କହିଛନ୍ତି ଯେ, ପୁଞ୍ଜି ନିବେଶ ପାଇଁ କୋରିଆ ପ୍ରସ୍ତୁତ ରହିଛି । ଏପରିକି ଇସ୍ପାତ ଶିଳ୍ପରେ ମଧ୍ୟ ପୁଞ୍ଜି ନିବେଶ କରିବା ପାଇଁ କୋରିଆ ପ୍ରସ୍ତୁତ । ବିଗତ ଦିନର ଅଭିଜ୍ଞତା ନେଇ ଆଗକୁ ସବୁ କାମ କରାଯିବ ।

ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କାର ପସ୍କୋ ପ୍ରକଳ୍ପ ହୋଇପାରିଲାନାହିଁ । ନଚେତ୍ ରାଜ୍ୟରେ ସର୍ବ ବୃହତ ଏକକ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଥାନ୍ତା । ତେବେ ବିଭିନ୍ନ କ୍ଷେତ୍ରରେ ସଂପର୍କ ବୃଦ୍ଧି ପାଇଁ ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । କୋରିଆ ପ୍ରତିନିଧି ଦଳ ଓଡିଶାରେ ବ୍ୟବସାୟିକ ପରିବେଶର ପ୍ରତ୍ୟେକ୍ଷ ଅନୁଧ୍ୟାନ କରିବେ ବୋଲି କୋରିଆ ରାଷ୍ଟ୍ରଦୂତ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ସେଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଡେଭଲପମେଣ୍ଟ କମିଶନର ଏବଂ ଅନ୍ୟ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments are closed.