ଭୁବନେଶ୍ଵର: ଖୁବ ଶିଘ୍ର ଓଡିଶା ଗସ୍ତରେ ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ତରଫରୁ ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ କେବେ ଆସିବା ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଏନେଇ ଖୁବ ଶିଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ।
ସୂଚନା ଅନୁସାରେ, ଆସନ୍ତା କିଛି ଦିନ ଭିତରେ ଓଡିଶା ଗସ୍ତରେ ଆସିପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରୟଙ୍କା ଗାନ୍ଧୀ । ସେମାନଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆସିବେ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ।
ତେବେ ଫୋକସରେ ଆସନ୍ତା ନିର୍ବାଚନ ଥିବାବେଳେ ଗସ୍ତ ସମୟରେ କେଉଁ କେଉଁ ସ୍ଥାନକୁ ଯିବେ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସମୟ ଆସିଲେ ରାଜ୍ୟ କଂଗ୍ରେସ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ଚେଲ୍ଲାକୁମାର ।
Comments are closed.