ନୂଆଦିଲ୍ଲୀ : ଆଜି ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶର ୩୭ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନବନିଯୁକ୍ତମାନେ ଭିନ୍ନ ଭିନ୍ନ ବିଭାଗର ବିଭିନ୍ନ ପଦରେ ଚୟନ ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରନ୍ସିଂ ଜରିଆରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ରୋଜଗାର ମେଳା ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପାରଦର୍ଶି କରିବ ।
ଏହାଦ୍ୱାରା ଦେଶର ଯୁବକମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଉପରେ ଭରସା ଆସିଛି । ଏହି ଭର୍ତ୍ତି ଦେଶର ରେଳ ମନ୍ତ୍ରାଳୟ, ଡାକ ବିଭାଗ, ଗୃହ ମନ୍ତ୍ରାଳୟ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିରେ ସାମିଲ୍ କରାଯିବ । ନିଯୁକ୍ତ କରାଯିବାକୁ ଥିବା ସରକାର କର୍ମଚାରୀଙ୍କୁ ପୋର୍ଟାଲ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାକୁ ଅବସର ମିଳିବ । ଏଥିପାଇଁ ୭୫୦ରୁ ଅଧିକ ଇ-ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ ରହିଛି ।
Comments are closed.