ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ହବିଷ କରିବା ଲାଗି ପୁରୀରେ ଆସି ପହଞ୍ଚିଛନ୍ତି ଶହ ଶହ ହବିଷ୍ୟାଳୀ । ଚଳିତ ବର୍ଷ ୩ ହଜାରରୁ ଉର୍ଦ୍ଧ୍ବ ହବିଷ୍ୟାଳୀ ପଞ୍ଜିକରଣ କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତଧାରୀ ମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଆଜିଠାରୁ ସଂକଳ୍ପ କରି ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ କରିବା ଆରମ୍ଭ କରିଛନ୍ତି ।
ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ୩ ହଜାରରୁ ଉର୍ଦ୍ଧ୍ବ ବ୍ରତଧାରୀଙ୍କ ପାଇଁ ମାଗଣା ଖାଇବା , ରହିବା , ସ୍ବାସ୍ଥ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ମହାପ୍ରସାଦ ସେବନ ଏବଂ ଶ୍ରୀଜିଉଙ୍କ ଦର୍ଶନ ଉପରେ ମଧ୍ୟ ଗୁରୁତ୍ବ ଦେଇଛି ପ୍ରଶାସନ । ଅନ୍ୟପଟେ ଅଧିକ ସଂଖ୍ୟକ ହବିଷ୍ୟାଳୀ ଆସୁଥିବାରୁ , କିଛି ହବିଷ୍ୟାଳୀଙ୍କର ନାଁ ପଞ୍ଜୀକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
Comments are closed.