ମୁମ୍ବାଇ: କିଛି ଦିନ ହେଲାଣି ସାଉଥ ସୁପରଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ । ନିର୍ବନ୍ଧ ସରିବା ପରେ ନଭେମ୍ବରରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି । ନଭେମ୍ବର ୧ରେ ଦୁହେଁ ଇଟାଲୀରେ ବିବାହ କରିବେ । ଏହି ବିବାହ ପାଇଁ ଉଭୟଙ୍କ ପରିବାର ସମେତ ବରୁଣ ଓ ଲାବନ୍ୟା ମଧ୍ୟ ଇଟାଲୀରେ ପହଞ୍ଚିିସାରିଥିବା ଜଣାଯାଇଛି ।
ସୁପରଷ୍ଟାର ରାମଚରଣଙ୍କ ପରିବାର ମଧ୍ୟ ଇଟାଲୀରେ ପହଞ୍ଚିବା ପରେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ରାମଚରଣଙ୍କ ପତ୍ନୀ ଉପାସନା ପରିବାର ସହିତ ଏକ ଫଟୋ ସେୟାର କରିବା ପରେ ପୂରା ପରିବାର ଧୁମଧାମରେ ବିବାହର ଆୟୋଜନ କରିବାକୁ ପ୍ରସ୍ତୁତ ହୋଇସାରିଥିବା ଦେଖାଯାଇଛି । ବିବାହ ବିଷୟରେ ସୂଚନା ନଦେଇ ଉପାସନା ଫଟୋ ସେୟାର କରି ତାଙ୍କ ପରିବାର ଛୁଟି କଟାଇବାକୁ ଇଟାଲୀ ଯାଇଥିବା ଲେଖିଛନ୍ତି । ତେବେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ । ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା । ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ ।
BREAKING NEWS
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…

Comments are closed.