Latest Odisha News

ତୁମେ ଏତେ ଭଲ ହେଲ କିପରି: ଏପରି କିଛି କହିଲେ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତ ୧ ତାରିଖରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ସେ କେକ କାଟି ଜନ୍ମଦିନ ପାଳନ କରିଥିଲେ । ଏହି ଘଟଣାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କାର୍ଯ୍ୟକ୍ରମରେ ବଚ୍ଚନ ପରିବାରର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳି ନ ଥିଲା । ଜନ୍ମଦିନ ଉତ୍ସବରେ ଅଭିଷେକ ବଚ୍ଚନ, ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳି ନଥିଲା କିନ୍ତୁ ଆରାଧ୍ୟା ତାଙ୍କ ମାଆ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା ।

ଆରାଧ୍ୟା ଧଳା ଟପ ଏବଂ ଡେନିମ ପିନ୍ଧିଥିଲେ । ଏହି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟାଙ୍କ ମା ବ୍ରିନ୍ଦା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଆରାଧ୍ୟା ତାଙ୍କ ମା ଐଶ୍ୱର୍ଯ୍ୟାଙ୍କ ପାଇଁ ଏକ ଭାଷଣ ଦେଇ କହିଥିଲେ ଯେ ଆପଣ ଖୁବ ସୁନ୍ଦର, ଆପଣ ଏମିତି ଜଣେ ନାରୀ ଯିଏ ସର୍ବଦା ଆପଣଙ୍କ ଆଖପାଖର ଲୋକଙ୍କୁ ସାହାଯ୍ୟ କରନ୍ତି, ସେମାନଙ୍କ ପାଇଁ ଛିଡା ହୁଅନ୍ତି । ସେ ଆମ ପାଇଁ କିଛି ବି କରିବାକୁ ସଦା ସର୍ବଦା ପ୍ରସ୍ତୁତ ଥାଆନ୍ତି । କିନ୍ତୁ ମୋର ତୁମ ପାଇଁ ଏକ ପ୍ରଶ୍ନ ଅଛି, ତୁମେ ଏତେ ଭଲ ହେଲ କିପରି ।

ଐଶ୍ୱର୍ଯ୍ୟାଙ୍କ ପାଇଁ ଝିଅ ଆରାଧ୍ୟାଙ୍କ ଏହି କଥା ସମସ୍ତଙ୍କ ମନ କିଣି ନେଇଥିବା ବେଳେ ନିଜେ ଐଶ୍ୱର୍ଯ୍ୟା କିନ୍ତୁ ଝିଅର ସ୍ପିଚ ଶୁଣିବା ବେଳେ ଚିନ୍ତା କଳାଭଳି ନଜର ଆସିଥିଲେ ।

Comments are closed.