Latest Odisha News

ବଢୁଛି ପ୍ରଦୂଷଣର ମାତ୍ରା : ଦିଲ୍ଲୀରେ ସ୍କୁଲ ଛୁଟି ବୃଦ୍ଧି କଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ବଢିବାରେ ଲାଗିଛି । ଆଜି ବି ପ୍ରଦୂଷଣର ମାତ୍ରା ଅପରିବର୍ତ୍ତିତ ରହିଛି  । ଦିଲ୍ଲୀରେ ଏକ୍ୟୁଆଇ ୯୦୦ପାର ହୋଇସାରିଛି  । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ନିଶ୍ବାସ ପ୍ରଶ୍ବାସ ନେବା ବି ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି । ଏସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ଛୁଟି ବୃଦ୍ଧି ନେଇ ଘୋଷଣା କରିଛନ୍ତି ।

ପୂର୍ବରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିବାବେଳେ ବର୍ତ୍ତମାନ ଏହାକୁ  ନଭେମ୍ବର ୧୮ ତାରିଖକୁ ବୃଦ୍ଧି କରାଯାଇଛି । ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ପିଲା ଅନଲାଇନରେ କ୍ଲାସ କରିବେ । ଆଜି ଆନନ୍ଦ ବିହାରରେ ଏକ୍ବିଆଇ ୪୫୨ ଥିବାବେଳେ ଆରକେ ପୁରମରେ ୪୩୩ ରହିଛି । ସେହିପରି ପଞ୍ଜାବୀ ବାଗରେ ୪୬୦ ଥିବା CPCB ପକ୍ଷରୁ ସୂଚନା ମିଳିଛି । ପ୍ରଦୂଷଣ ରେକିବାକୁ ଅଡ ଇଭିନ୍ ଫର୍ମୁଲା ଲାଗୁ କରିବାକୁ ଘୋଷଣା ହୋଇଛି ।

Comments are closed.