Latest Odisha News

BREAKING NEWS

ୟୁରୋପରେ ଆଣ୍ଠୁର ସର୍ଜରୀ କରାଇଲେ ପ୍ରଭାସ

ମୁମ୍ବାଇ: ସାଉଥର ସୁପରଷ୍ଟାର ପ୍ରଭାସ । ନିଜ ଅଭିନୟର ଯାଦୁରେ ଲୋକଙ୍କ ହୃଦୟରେ ଘର କରି ରହିଛନ୍ତି । ଏବେ ‘ପ୍ରୋଜେକ୍ଟ କେ’, ‘ସାଲାର ପାର୍ଟ ୧ : ସିଜଫାୟାର’, ‘ରାଜା ଡିଲକ୍ସ’ ଏବଂ ‘ସ୍ପିରିଟ’ ଭଳି ଅନେକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏସବୁ ମଧ୍ୟରେ ସମୟ ବାହାର କରି ପ୍ରଭାସ ବିଦେଶ ଯାଇ ତାଙ୍କର ଆଣ୍ଠୁର ସର୍ଜରୀ କରାଇଥିବା ଜଣାପଡ଼ିଛି ।

କିଛି ବର୍ଷ ହେବ ତାଙ୍କର ଆଣ୍ଠୁରେ ସମସ୍ୟା ଦେଖାଦେଇଥିଲା । ଲଗାତାର କାମ କରୁଥିବାରୁ ତାଙ୍କର ସମସ୍ୟା ଦିନକୁ ଦିନ ଆହୁରି ବଢିବାକୁ ଲାଗିଲା । ଏହାର ଚିକିତ୍ସା ପାଇଁ ନିକଟରେ ପ୍ରଭାସ ତାଙ୍କର ଆଣ୍ଠୁ ସର୍ଜରୀ କରାଇଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ସେ ୟୁରୋପ ଯାଇଥିବା ବେଳେ ସେଠାରେ ତାଙ୍କର ସର୍ଜରୀ କରାଯାଇଥିଲା । ଏବେ ଏକ ସଫଳ ଅସ୍ତ୍ରୋପଚାର ପରେ ପ୍ରଭାସ ଭାରତ ଫେରିଛନ୍ତି । ପ୍ରଭାସଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିମାନବନ୍ଦରରେ ନଜର ଆସିଛନ୍ତି । ଏହି ସମୟରେ ସେ କଳାରଙ୍ଗର ପୋଷାକ ପିନ୍ଧିଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି ।

Comments are closed.