ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କୀ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ୫୦୦ରୁ ଅଧିକ ରକେଟ ମାଡ କରିବା ଘଟଣାର ପ୍ରାୟ ଏକମାସ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଦାବି କରିଛନ୍ତି, ହମାସ ଗାଜା ଉପରୁ ସମସ୍ତ ନିୟନ୍ତ୍ରଣ ହରାଇଛି ।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ହମାସ ଗାଜ ଉପରେ ନିୟନ୍ତ୍ରଣ ହରାଇଛି । ହମାସ ଆତଙ୍କୀ ଏବେ ଦକ୍ଷିଣ ଗାଜାକୁ ପଳାଉଛନ୍ତି । ସାଧାରଣ ନାଗରିକ ହମାସର ଆଡ୍ଡାସ୍ଥଳୀ ଲୁଟୁଛନ୍ତି ।
ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କୀ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିବା ପରେ ଆରମ୍ଭ ହୋଇଥିଲା ଗାଜା ଉପରେ ଆକ୍ରମଣ । ହମାସ ଆକ୍ରମଣରେ ପ୍ରାୟ ୧୨୦୦ ଇସ୍ରାଏଲି ପ୍ରାଣ ହରାଇଛନ୍ତି । ୨୪୦ ଜଣଙ୍କୁ ବନ୍ଧକ ରଖିଛି ହମାସ ।
ସେପଟେ ହମାସ ଦ୍ୱାରା ପରିଚାଳିତ ଗାଜା ପଟ୍ଟିର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ୟୁସୁଫ ଅବୁ ରିଶ କହିଛନ୍ତି, ବିଦ୍ୟୁତ ସରବରାହନ ଥିବା କାରଣରୁ ଉତ୍ତରରେ ଥିବା ସମସ୍ତ ଡାକ୍ତରଖାନାରେ ସେବା ବ୍ୟାହତ ହୋଇଛି । ଗାଜାର ସବୁଠାରୁ ବଡ ଡାକ୍ତରଖାନାରେ ୨ ଦିନରେ ୭ଜଣ ନବଜାତକଙ୍କର ମୃତ୍ୟୁ ଘଟିଲାଣି । ୨୭ ରୋଗୀଙ୍କର ମୃତ୍ୟୁ ଘଟିଲାଣି ।
ଗାଜା ଏବେ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ଅଧୀନରେ ରହିଛି । ଏଠାରେ ଖାଦ୍ୟ, ଇନ୍ଧନ ଏବଂ ଅନ୍ୟ ବ୍ୟବସ୍ଥାର ଘୋର ଅଭାବ ଦେଖାଦେଇଛି । ପାଲେଷ୍ଟାଇନ ପଧାନମନ୍ତ୍ରୀ ମହମ୍ମଦ ଶତୟେହ ସୋମବାର ୟୁରୋପୀୟ ସଂଘ ଏବଂ ଜାତିସଂଘକୁ ଗାଜାରେ ପାରାଚୁଟ ସହାୟତା ଯୋଗାଇ ଦେବାପାଇଁ ଆହ୍ୱାନ ଦେଇଥିଲେ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆମରିକା ମିଡିଆକୁ ସୂଚନା ଦେଇ କହିଛନ୍ତି, ହମାସ ଦ୍ୱାରା ବନ୍ଧକ ଲୋକଙ୍କୁ ମୁକ୍ତ କରିବା ପାଇଁ କିଛି ବୁଝାମଣା କରଯାଇ ପାରେ । କିନ୍ତୁ ଏଥିରେ ବିଫଳ ହେବାର ଆଶଙ୍କା ଥିବାରୁ ସେ ଏହାର ଏହାର ବିବରଣୀ ଦେବାକୁ ମନା କରିଛନ୍ତି ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ

Comments are closed.