Latest Odisha News

BREAKING NEWS

‘ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ‘ଆମ ହସ୍ପିଟାଲ’ ଯୋଜନା’

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ହେଉଛି ‘ଆମ ହସ୍ପିଟାଲ ଯୋଜନା’। ଏହି ଯୋଜନାରେ ଡାକ୍ତରଖାନାର ଉନ୍ନତିକରଣ ସହିତ ରୋଗୀ ଓ ଅନ୍ୟାନ୍ୟ ସେବା ପାଇଁ ସମସ୍ତ ମୌଳିକ ସୁବିଧାକୁ ବ୍ୟବସ୍ଥିତ କରାଯିବ।

ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି। ଏହି ଯୋଜନା ଦ୍ୱାରା ଡାକ୍ତରଖାନାଗୁଡ଼ିକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସକ୍ଷମ ହେବେ।ଏହି ହସ୍ପିଟାଲ ଗୁଡିକ ମଧ୍ୟରୁ ଅଧିକ ସଂଖ୍ୟକ କାୟାକଳ୍ପ ଏବଂ ଏଏସଓ ଇତ୍ୟାଦି ମାନର ପ୍ରମାଣପତ୍ର ହାସଲ କରିପାରିବେ। ସେ କହିଛନ୍ତି, ଏହି ରୋଗରୁ ଆରୋଗ୍ୟ ହେବା ରୋଗୀମାନଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ସନ୍ତୋଷ ଅନୁଭବ ହେବ।

ଏତଦବ୍ୟତୀତ ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ଡାକ୍ତରଖାନାରେ ଦୀର୍ଘ ସମୟ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଏବଂ ସେମାନଙ୍କ ପାଇଁ ଗରମ ପାଣି ଓ ଖାଦ୍ୟ ବ୍ୟତୀତ ମନୋରଞ୍ଜନ ଓ ସୂଚନା ପାଇଁ ଏଲ୍ଇଡି ସ୍କ୍ରିନ୍ ଭଳି ସୁବିଧା ରହିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୪୯ଟି ହସ୍ପିଟାଲକୁ ‘ଆମ ହସ୍ପିଟାଲ ଯୋଜନା’ରେ ସାମିଲ କରାଯାଇଛି ଏବଂ ଅବଶିଷ୍ଟ ହସ୍ପିଟାଲକୁ ପର୍ଯ୍ୟାୟକ୍ରମେ ଏହି ଯୋଜନାରେ ସାମିଲ କରାଯିବ।

Comments are closed.