Latest Odisha News

BREAKING NEWS

ଫୋନ୍ ପେ’ରେ ନେଉଥିଲେ ଲାଞ୍ଚ, ପୋଲିସକୁ ଧରିଲା ପୋଲିସ

ବୌଦ୍ଧ: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାରେ ମଙ୍ଗଳବାର ଏକ ଜବତ ଗାଡ଼ିକୁ ଛାଡ଼ିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଜଣେ ପୁଲିସ ସବ୍ଇନ୍ସପେକ୍ଟରଙ୍କୁ କାବୁ କରିଛନ୍ତି।

ବିକ୍ରମ ଦେହୁରୀ ନାମକ ଏହି ସବ୍-ଇନ୍ସପେକ୍ଟର ଜଣକ ବାଉଁଶୁଣି ଥାନାରେ କାର୍ଯ୍ୟରତ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦେହୁରୀ ଗାଡ଼ି ଛାଡ଼ିବା ପାଇଁ ମନା କରିବାରୁ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। PhonePe ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଜାଲ ବିଛାଇ ଥାନା ଅଧିକାରୀ ଦେହୁରୀଙ୍କୁ ଭିଜିଲାନ୍ସ ହାତରେ ଧରିଥିଲା।

ଦେହୁରୀଙ୍କ ନିକଟରୁ ଲାଞ୍ଚ ବାବଦକୁ ସମୁଦାୟ 15 ହଜାର ଟଙ୍କା ଜବତ କରାଯାଇଛି। ଏହି ଜବତ ପରେ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ପାଇଁ ଭିଜିଲାନ୍ସ ଅଧିକାରୀମାନେ ଦେହୁରୀଙ୍କ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ମଧ୍ୟ ଚଢ଼ାଉ କରିଥିଲେ।

ଯଦିଓ ନିକଟରେ ଭିଜିଲାନ୍ସ ସପ୍ତାହ ପାଳନ ହୋଇଥିଲା। ସରକାରୀ କର୍ମଚାରୀ ଲାଞ୍ଚ ନେବେ ନାହଁ ବୋଲି ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ। ହେଲେ ଯେଉଁଭଳି ଢଙ୍ଗରେ ଏହି କାରବାର ବୃଦ୍ଧି ପାଇଛି ତାହା ଦର୍ଶାଉଛି ଲାଞ୍ଚ କାରବାର ଏବଂ ଦୁର୍ନୀତି କିଭଳି ବୃଦ୍ଧି ପାଇଛି।

Comments are closed.