Latest Odisha News

ସମ୍ବଲପୁରରେ ରାଷ୍ଟ୍ରପତି: ଆଜି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଙ୍ଗାଲୁର ଫେରିବେ

ସମ୍ବଲପୁର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ସେଠାରେ ରାତ୍ରିପଯାପନ କରିଥିଲେ । ରାଷ୍ଟ୍ରପତିଙ୍କ ସହ ଏହି ଗସ୍ତବେଳେ ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବରଦାସ ଓ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତିଙ୍କ ସମଲେଶ୍ୱରୀ ଦର୍ଶନ ପାଇଁ ସମ୍ବଲପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ସମ୍ବଲପୁରସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାତ୍ରିଯାପନ ପରେ ଆଜି ୮.୫୦ରେ କିଲାସମା ମିନି ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି । ସେଠରେ ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ହେଉଛି ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମ  । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଝାରସୁଗୁଡା ବିମାନବନ୍ଦର ଯିବେ ଏବଂ ସେଠାରୁ ବେଙ୍ଗାଲୁର ଅଭିମୁଖେ ଯାତ୍ରା କରିବେ ମହାମହିମ ରାଷ୍ଟ୍ରପତି  ।

ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ସେଠାରେ  ଛାତ୍ରଛାତ୍ରୀଙ୍କୁ ଉଦବାଧନ ଦେଇ ନୂତନ ରାଷ୍ଟ୍ର ନିର୍ମାଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ପିଲାମାନଙ୍କୁ ପରାମର୍ଶ ଦେଇ ଅମାନିଆ ହୁଅ, କିନ୍ତୁ ଭଲ କାମ ପାଇଁ ହୁଅ ବୋଲି କହିଥିଲେ ।

 

Comments are closed.