Latest Odisha News

ପ୍ରଶାନ୍ତ ମହାସାଗରରେ ବୈଜ୍ଞାନିକମାନେ ଖୋଜି ବାହାର କଲେ ବିଶାଳକାୟ ପର୍ବତ

ୱାଶିଂଟନ: ପ୍ରଶାନ୍ତ ମହାସାଗର ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି । ବୈଜ୍ଞାନିକମାନେ ଏହି ରହସ୍ୟ ଉଜାଗର ପାଇଁ ଯଥାସମ୍ଭବ ଗବେଷଣା ଜାରୀ ରଖିଛନ୍ତି । ନୂତନ ପ୍ରଜାତିର ସାମୁଦ୍ରିକ ଜୀବଠାରୁ ଆରମ୍ଭ କରି ଅନେକ ପର୍ବତ, ଆଗ୍ନେୟଗିରିର ସନ୍ଧାନ ମିଳିବାରେ ଲାଗିଛି । ଇତି ମଧ୍ୟରେ ବୈଜ୍ଞାନିକମାନେ ଏକ ବିଶାଳକାୟ ସମୂଦ୍ର ପର୍ବତ ଖୋଜି ବାହାର କରିଛନ୍ତି । ଏହାର ଉଚ୍ଚତା ବୁର୍ଜ ଖଲିଫାଠାରୁ ଦୁଇ ଗୁଣ ଅଧିକ ହେବ । ସମୂଦ୍ର ତଟରୁ ୧୩,୧୦୦ ଫୁଟ ତଳେ ଏହାର ସନ୍ଧାନ ମିଳିଥିଲା । ଏହି ପର୍ବତକୁ ସୀମାଂଉଟ କୁହାଯାଏ । ଗ୍ୱେଟମାଲାଠାରୁ ୧୩୫ କିଲୋମିଟର ଦୂରରେ ଏହାକୁ ଠାବ କରାଯାଇଥିଲା । ବୈଜ୍ଞାନିକମାନଙ୍କ ମତରେ ଏ ଭଳି ୧ ଲକ୍ଷରୁ ଊର୍ଦ୍ଧ୍ୱ ପର୍ବତ ସମୂଦ୍ର ମଧ୍ୟରେ ଲୁଚି ରହିଛି ।

୭୯୦୦ ଗଭୀରରେ ଓ ସମୁଦ୍ର କୂଳରୁ ୧୩୧୦୦ ମିଟର ତଳେ ଏହା ଅବସ୍ଥିତ । ପ୍ରାରମ୍ଭିକ ତଦନ୍ତରେ ଏହା ଏକ ଜ୍ୱାଳାମୂଖୀ ହୋଇଥିବ ବୋଲି ଅନୁମାନ କରାଯାଇଛି । ୧୨୪ ମଲ୍ଟିବୀମ ଇକୋ ସାଉଣ୍ଡର ଜ୍ଞାନ କୌଶଳର ବ୍ୟବହାର କରି ଏହାର ସନ୍ଧାନ କରାଯାଇଛି । ଏହି ଟେକନିକ ଯୋଗୁ ସମୂଦ୍ର ଭିତରେ ମଧ୍ୟ ହାଇ ରିଜୋଲ୍ୟୁଶନ ମ୍ୟାପିଂ ହସ୍ତଗତ ହୋଇପାରୁଛି । ଆଗକୁ ଆହୁରି ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.