Latest Odisha News

BREAKING NEWS

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସମାରୋହରେ ରେ ୧୧ ଜଣ ଲେଖକ, କବି ଓ ସମାଲୋଚକ ଯଥା:- ବିଶିଷ୍ଟ କଥାକାର ଅଚ୍ୟୁତାନନ୍ଦ ପତି, ବିଶିଷ୍ଟ ଲେଖକ ସାତକଡ଼ି ହୋତା, ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ତଥା ଲେଖକ ସାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ କବି ଓ ଲେଖକ ରମାକାନ୍ତ ରଥ, ବିଶିଷ୍ଟ ଅନୁବାଦକ ଓ କବିଶ୍ରୀନିବାସ ଉଦ୍‌ଗାତା, ବିଶିଷ୍ଟ ସମାଲୋଚକ.ଦାଶରଥି ଦାସ, ବିଶିଷ୍ଟ କବି ଓ ସମାଲୋଚକ ସୀତାକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି । ତେବେ ବ୍ୟକ୍ତିଗତ କାରଣ ବଶତଃ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଓ ବିଶିଷ୍ଟ ମଂଚ ବ୍ୟକ୍ତିତ୍ୱ ଶ୍ରୀ ଅନନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାରିନଥିଲେ । ସମ୍ବର୍ଦ୍ଧିତ ହୋଇଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସନ୍ଦର୍ଭ, ଉତରୀୟ, ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ଓ ୧ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯାଇଥିଲା ।

ଏହି ମହାନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମୀର ଉପ ସଭାନେତ୍ରୀ କୁମୁଦ ଶର୍ମା କହିଥିଲେ ଯେ ସାହିତ୍ୟ ଜଗତର ଏହି ମହାନ ହସ୍ତୀମାନେ ତାଙ୍କର ସାରା ଜୀବନକୁ ସାହିତ୍ୟ କ୍ଷେତ୍ରରେ ସମର୍ପିତ କରିଛନ୍ତି । ସାହିତ୍ୟ ହିଁ ସମାଜରେ ଆଶାର ସଂଚାର କରିଥାଏ ବୋଲି ସେ କହିଥିଲେ । ସମାଜର ଅନେକ ଗୁଡିଏ ପରସ୍ପର ବିରୋଧାତ୍ମକ ବିଷୟ ରହିଥିବା ବେଳେ ସାହିତ୍ୟ ସମାଜକୁ ଏକାଠି ବାନ୍ଧି ରଖିବା ଦିଗରେ କାର୍ଯ୍ୟ କରିଥାଏ ବୋଲି ସେ କହିଥିଲେ ।

ଗୋଟିଏ ସହରରେ ରହି ମଧ୍ୟ ସ୍ୱାସ୍ଥ୍ୟଗତ ଓ ବୟସାଧିକ କାରଣରୁ ଏହି ବୟୋଜ୍ୟେଷ୍ଠମାନେ ଦୀର୍ଘ ଦିନ ଧରି ପରସ୍ପର ସହ ସାକ୍ଷାତ କରି ପାରିନଥିବାବେଳେ ଏହି ସାହିତ୍ୟ ଉତ୍ସବରେ ବୟୋଜ୍ୟେଷ୍ଠ ସାହିତ୍ୟିକମାନଙ୍କୁ ଏକତ୍ରିକ କରିପାରିଥିବାରୁ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ସୋଆର ପ୍ରତିଷ୍ଠାତା ସଭାପତି ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଗାୟତ୍ରୀବାଳା ପଣ୍ଡା କହିଥିଲେ ଯେ ଓଡ଼ିଆ ସାହିତ୍ୟ ଜଗତର ଏହି କିମ୍ବଦନ୍ତୀ ମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏକ ସ୍ୱପ୍ନ ଥିଲା । ଏହି ସାହିତ୍ୟ ଉତ୍ସବରେ ସେମାନଙ୍କର ଯୋଗଦାନ ଉତ୍ସବକୁ ଆହୁରି ରୁଦ୍ଧିମନ୍ତ କରିଛି ବୋଲି ଶ୍ରୀମତୀ ପଣ୍ଡା ଅଭିମତ ରଖିଥିଲେ ।

 

କଂକ୍ରିଟ୍ ତିଆରି ସେତୁ ନଦୀକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଶବ୍ଦରେ ପ୍ରସ୍ତୁତ ସେତୁ ସମାଜକୁ ଏକତ୍ରିତ କରିଥାଏ ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନି ଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ସୁରଜିତ୍ ପତର ସାହିତ୍ୟକୁ ନେଇ ମତ ପ୍ରକାଶ କରିଥିଲେ ।

Comments are closed.