Latest Odisha News

ପ୍ଲାଟିନମ ଖଣିରେ ଛିଣ୍ଡିଗଲା ଲିଫ୍ଟ: ୧୫ ଶ୍ରମିକଙ୍କ ମୃତ୍ୟୁ

ଜୋହାନ୍ସବର୍ଗ:ଦକ୍ଷିଣ ଆଫ୍ରିକାର ପ୍ଲାଟିନମର ଏକ ଖଣିରେ ବଡ ଦୁର୍ଘଟଣା । ଏକ ଖଣିରେ ଶ୍ରମିକମାନେ ଲିଫ୍ଟରେ ତଳକୁ ଆସୁଥିବାବେଳେ ଏହା ଅଚାନକ ଛିଣ୍ଡିଗଲା । ଫଳରେ ୧୫ ଶ୍ରମିଙ୍କର ମୃତ୍ୟୁ ଘଟିଛି । ଖଣି ପରିଚାଳକଙ୍କ ପକ୍ଷରୁ ଏପରି ସୂଚନା ଦିଆଯାଇଛି । ଘଟଣା ସୋମବାର ସନ୍ଧ୍ୟାରେ ରଷ୍ଟନବର୍ଗରେ ଘଟିଛି । ଏକାଧିକ ଅସୁସ୍ଥ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଇମ୍ପାଲା ପ୍ଲାଟିନମ ହୋଲଡିଂସର ମୁ୍‌ଖ୍ୟ କାର୍ଯ୍ୟ ନିର୍ବାହୀ ନିକୋ ମୁଲରଙ୍କ କହିବା ଅନୁଯାୟୀ, ଏହା ତାଙ୍କ କମ୍ପାନୀ ପାଇଁ ଏକ ଭୟାବହ ଦିନ  । ଶ୍ରମିକମାନେ ଲିଫ୍ଟରେ ଉପରକୁ ଆସୁଥିବାବେଳେ ଏହା ଦ୍ରୁତ ଗତିରେ ତଳକୁ ଖସି ଯାଇଥିଲା । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଯାଞ୍ଚ କାମ ଆରମ୍ଭ ହୋଇଛି ।  ଶ୍ରମିକଙ୍କ ମୃତ୍ୟୁ ପରେ ଖଣିରେ ଶୋକର ଛାୟା ଖେଳି ଯାଇଛି ।

Comments are closed.