Latest Odisha News

ଡିସେମ୍ବର ୯ରେ ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଡିସେମ୍ବର ୯ ତାରିଖରୁ ବିଦେଶ ଯାତ୍ରାରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ ଗସ୍ତ କରିବେ । ସିଙ୍ଗାପୁର ଏବଂ ମାଲେସିଆରେ ସେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରିବେ । ଇଣ୍ଡୋନେସିଆରେ ସେ ବିଭିନ୍ନ ରାଜନେତାଙ୍କୁ ସାକ୍ଷାତ କରିବେ । ସେ ଭିଏତନାମ କମ୍ୟୁନିଷ୍ଟ ପାର୍ଟି ନେତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ରାହୁଲ ଗାନ୍ଧୀ ଚଳିତ ବର୍ଷ ନରୱେ, ନେଦରଲାଣ୍ଡ, ଫ୍ରାନ୍ସ, ଆମେରିକା, ବ୍ରିଟେନ, ବେଲଜିଅମ ସହ ଅନେକ ଦେଶ ଭ୍ରମଣ କରିଛନ୍ତି । ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଅନେକ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ସୂଚନାଥାଉ କି, ରାହୁଲ ଗାନ୍ଧୀ ୫ ରାଜ୍ୟ ଯଥା ମିଜୋରାମ, ରାଜସ୍ଥାନ, ତେଲଙ୍ଗାନା, ଛତିଶଗଡ ଏବଂ ମଧ୍ୟପଦେଶର ନିର୍ବାଚନରେ ବ୍ୟସ୍ତ ରହିଥିଲେ ।  ଡିସେମ୍ବର ୩ରେ ଏହି ସବୁ ରାଜ୍ୟର ଫଳାଫଳ ବାହାରିବ । ତା ପରେ ରାହୁଲ ବିଦେଶ ଗସ୍ତରେ ଯିବେ ।

Comments are closed.