Latest Odisha News

BREAKING NEWS

୫ ହଜାର ଟଙ୍କା ଲାଞ୍ଚନେଇ ଭିଜିଲନ୍ସ ହାତରେ ଧରାପଡିଲେ ରାଜସ୍ବ ନିରିକ୍ଷକ

ସୁନ୍ଦରଗଡ: ଭିଜାଲାନ୍ସ ଜାଲରେ ରାଜସ୍ବ ନିରିକ୍ଷକ(ଆରଆଇ) । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁନ୍ଦରଗଡ ଜିଲ୍ଲା ତସଲାଡିହିର ରାଜସ୍ବ ନିରିକ୍ଷକ ଲିଲି ଚୌଧୁରୀ । ଘଟଣାରେ ତହସିଲଦାର ଲିଲି ଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ଖବର ମୁତାବକ, ଚାଷ ଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ଲାଗି ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଲିଲି ଚୌଧୁରୀ । ଏନେଇ ଭିଜିଲନ୍ସକୁ ଜଣାଇଥିଲେ ଅଭିଯୋଗକାରୀ । ଏହାପରେ ଟିମ୍ ର ପୂର୍ବ ଯୋଜନା ଅନୁସାରେ, ଆଜି ଅଭିଯୋଗକାରୀ ଜଣଙ୍କ ରାଜସ୍ବ ନିରିକ୍ଷକ ଲିଲି ଚୌଧୁରୀଙ୍କୁ ଟଙ୍କା ଦେଉଥିଲା ବେଳେ ମାଡି ବସିଲା ଭିଡିଲାନ୍ସ ଟିମ୍ ।

ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଟିମ୍ ପକ୍ଷରୁ ଥାନାରେ ଦୁର୍ନୀତି ନିବାରଣ ଅଧିନିୟମ, ୨୦୧୮ ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାହୋଇଛି । ଏହା ସହିତ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଲି ଙ୍କ ର ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତଲାସି ଅଭିଜାନ ଜାରି ରହିଛି ।

Comments are closed.