ପୁରୀ: ଚନ୍ଦ୍ରଭଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବକୁ ପର୍ଯ୍ୟଟନ ତଥା ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ଆଇଟି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଉଦ୍ଘାଟନ କରିଥିଲେ । ଏଥିରେ ପ୍ରଖ୍ୟାତ ବାଲୁକା କଳାକାରମାନେ ଅନନ୍ୟ ସୃଷ୍ଟିର ବାଲୁକା କଳା ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୧୧୪ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ଓଡିଶାର ବାଲୁକା ଶିଳ୍ପୀ ମାନଙ୍କ ସହିତ ଆମେରିକା, ବେଲାରୁଷ, ରୁଷୀୟା, ଶ୍ରୀଲଙ୍କା, ଚେକ ରିପବ୍ଲିକ ଏବଂ ଅଷ୍ଟେଲିଆରୁ ୬ ଜଣ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଏବଂ ୧୦ଗୋଟି ରାଜ୍ୟ ଯଥା ଗୁଜୁରାଟ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା ଏବଂ ତାମିଲନାଡୁ ଅଂଶଗ୍ରହଣ କରିଛନ୍ତି । ଡ଼. ମୃତ୍ୟୁଞ୍ଜୟ ରଥ , ସଂହତି ପାଣି ଓ ଡ଼. ସଂଗୀତା ଗୋସାଇଁ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ।
Comments are closed.