Latest Odisha News

BREAKING NEWS

ଛାଡପତ୍ରର ୫ବର୍ଷ ପରେ ପୁଣି ବିବାହ କଲେ ଦମ୍ପତି

ଗାଜିଆବାଦ: କୁହାଯାଏ ସ୍ୱାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି । ଯଦି କେବେ ଦୁଇ ଜଣଙ୍କ ଭିତରେ ମନୋମାଳିନ ହେଲେ ବି ପରବର୍ତ୍ତୀ ସମୟରେ ପରସ୍ପର ପାଇଁ ସାହାରା ପାଲଟିଥାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିଆବାଦରେ । ଜିଲାର ଏକ ଦମ୍ପତି ୫ବର୍ଷ ପୁର୍ବେ କୋର୍ଟରେ କେସ୍ ଲଢି ପରସ୍ପର ଅଲଗା ହୋଇଯାଇଥିଲେ । ହେଲେ ନିକଟରେ ଯେବେ ସ୍ୱାମୀଙ୍କ ଉପରେ ବିପଦ ଆସିଲା ସେତେବେଳେ ଆସି ସାହାରା ହେଲେ ପତ୍ନୀ । ବିବାହ ସମୟର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରୟାଗରାଜର ବିନୟ ଜଏସୱାଲ ଓ ପୂଜା ଚୌଧୁରୀଙ୍କର ୨୦୧୨ରେ ବିବାହ ହୋଇଥିଲା । ବିବାହର ବର୍ଷକ ଭିତରେ ଦୁହିଁଙ୍କ ଭିତରେ ମତାନ୍ତର ଦେଖାଦେଲା । ୨୦୧୮ରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ଛାଡପତ୍ର ମାମଲା ନେଇ ୩ଟି କୋର୍ଟରେ ଫଇସଲା ହୋଇଥିଲା । ପ୍ରଥମେ ଗାଜିଆବାଦ କୋର୍ଟ, ହାଇକୋର୍ଟ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା । ୫ବର୍ଷର ଲମ୍ବା ଲଢେଇ ପରେ ଦୁହେଁ ଅଲଗା ହୋଇଯାଇଥିଲେ ।

ଯେତେବେଳେ ବିନୟଙ୍କ ହୃଦଘାତ ଆସିଲା ହାର୍ଟ ସର୍ଜରୀ ହୋଇଥିଲା, ପୂଜା ଏହି ଖବର ଶୁଣି ସ୍ୱାମୀଙ୍କ ପାଖକୁ ଚାଲି ଆସିଥିଲେ । ସେ ସିଧା ହସ୍ପିଟାଲରେ ପହଞ୍ଚିବା ସହ ବିନୟଙ୍କ ସେବା ଶ୍ରୁଶଷା କରିଥିଲେ । ସବୁ ପ୍ରକାର ମତଭେଦ ଭୁଲି ଦୁହେଁ ନିକଟରେ ପରିବାର ଲୋକଙ୍କ ଉପସ୍ଥିତିରେ ଗାଜିଆବାଦର ଏକ ଆର୍ଯ୍ୟ ମନ୍ଦିରରେ ବିବାହ କରିଛନ୍ତି ।

Comments are closed.