Latest Odisha News

BREAKING NEWS

ଅକ୍ଷୟ କୁମାରଙ୍କ ହାଉସଫୁଲ ୫ର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ହାଉସଫୁଲ ୫ର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଏବେ ଏହା ୬ ଜୁନ ୨୦୨୫ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେଉଛି । ଅତ୍ୟଧିକ ଭିଏଫଏକ୍ସ କାର୍ଯ୍ୟ ଥିବା ଫିଲ୍ମର ରିଲିଜ ତାରିଖ ଘୁଂଚାଯାଇଛି । ପୂର୍ବରୁ ଏହା ଆସନ୍ତା ବର୍ଷ ଦୀପାବଳୀରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ପ୍ରଡ୍ୟୁସର ସାଜିଦ ନାଡିୟାଡୱାଲା ଏ ସମ୍ପର୍କରେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ହାଉସଫୁଲ ଫ୍ରାଂଚାଇଜର ସମସ୍ତ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ଏଥର ଆମେ ଏକ ସମ୍ପୂର୍ଣ୍ଣ ନୂଆ କାହାଣୀ ନେଇ ଆସିଛୁ । ଏହା ମଧ୍ୟ ଦର୍ଶକଙ୍କ ସ୍ନେହ ପାଇବାରେ ବିଫଳ ହେବନି ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ହାଉସଫୁଲ ୨୦୧୦ରେ ରିଲିଜ ହୋଇଥିଲା । ଏହା ସୁପରହିଟ ହେବା ପରେ ୨୦୧୨ ହାଉସଫୁଲ୨, ୨୦୧୬ରେ ହାଉସଫୁଲ ୩ ଓ ୨୦୧୯ରେ ଏହାର ୪ର୍ଥ ସଂସ୍କରଣ ରିଲିଜ ହୋଇଥିଲା । ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଆସିଛି । ୫ମ ସଂସ୍କରଣର ଅନ୍ୟ ଷ୍ଟାରକାଷ୍ଟଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ଓ ଏହା ପରେ ଫିଲ୍ମ ଫ୍ଲୋରକୁ ଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Comments are closed.