Latest Odisha News

ମାଷ୍ଟରସେଫ୍ ଇଣ୍ଡିଆ ୨୦୨୩ର ମୁକୁଟ ପିନ୍ଧିଲେ ମହମ୍ମଦ ଆଶିକ୍

ମୁମ୍ବାଇ: ‘ମାଷ୍ଟରସେଫ୍ ଇଣ୍ଡିଆ’ ଟାଇଟଲ୍ ପାଇବା ପ୍ରତ୍ୟେକ ଖାଦ୍ୟପ୍ରେମୀଙ୍କ ପାଇଁ ଏକ ବଡ଼ ସ୍ୱପ୍ନ । ଗତ କିଛି ଦିନ ଧରି ସୋନି ଲିଭ୍ ରେ ଚାଲିଥିବା ଆଇକନିକ୍ ସୋ ମାଷ୍ଟରସେଫ୍ ଇଣ୍ଡିଆର ବିଜେତା ଘୋଷଣା କରାଯାଇଛି । ମାଷ୍ଟରସେଫ୍‌ ଇଣ୍ଡିଆ ୨୦୨୩ର ମୁକୁଟ ପିନ୍ଧିଛନ୍ତି ମହମ୍ମଦ ଆଶିକ । ଏହି ଶୋରେ ଜଜ୍‌ ବିକାଶ ଖାନା, ରଣବୀର ବାର, ପୂଜା ଢିଙ୍ଗରୀ ମହମ୍ମଦଙ୍କୁ ବିଜେତା ଘୋଷଣା କରିଥିଲେ । ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦଙ୍କୁ ସେଫ୍‌ କୋର୍ଟ, ଟ୍ରଫି ଏବଂ ୨୫ ଲକ୍ଷ ଟଙ୍କା ମିଳିଛି ।

ମହମ୍ମଦ ‘ମାଷ୍ଟରସେଫ୍ ଇଣ୍ଡିଆ’କୁ ଆସିବା ପୂର୍ବରୁ ସେ ମାଙ୍ଗାଲୋରରେ ଏକ ଜୁସ୍ ଦୋକାନ ଚଳାଉଥିଲେ । ଗତ ସିଜିନରେ ଆଶିକ୍ ବିଫଳ ହୋଇ ଫେରିଯାଇଥିଲେ । କିନ୍ତୁ ଏଥର ସେ ‘ମାଷ୍ଟରସେଫ୍ ଇଣ୍ଡିଆ’ର ବିଜେତା ହୋଇ ନିଜର ସ୍ଵପ୍ନକୁ ପୂରଣ କରିଛନ୍ତି । ମହମ୍ମଦଙ୍କ ସହିତ ରୁଖସାର ସଇଦ ଏବଂ ନବି ଜେସିକା ମଧ୍ୟ ଫାଇନାଲରେ ରହିଥିଲେ । ନବି ଦ୍ୱିତୀୟ ସ୍ଥାନ ଏବଂ ରୁଖସାର ତୃତୀୟ ସ୍ଥାନ ହାସଲ କରିଥିଲେ ।

ବିଜେତା ହେବା ପରେ ମହମ୍ମଦ କହିଛନ୍ତି, ‘ମୁଁ ମାଷ୍ଟରସେଫ ଇଣ୍ଡିଆରେ ନିଜ ଯାତ୍ରା ପାଇଁ ବହୁତ କୃତଜ୍ଞ । ଏଲିମିନେସନନ ସାମ୍ନା କରିବା ଠାରୁ ଆରମ୍ଭ କରି ଟ୍ରଫି ହାସଲ କରିବା ସହଜ ନୁହେଁ । ଏହା ମୋ ଜୀବନରେ ବହୁତ କିଛି ବଦଳାଇ ଦେବ ।

Comments are closed.