Latest Odisha News

ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇଲେ ୟୁଭାନିକା

ବୟସ ମାତ୍ର ୩ ବର୍ଷ ୩ ମାସ; କିନ୍ତୁ ଏତେ କମ ବୟସରେ ସେ ଅନେକ ପ୍ରଶ୍ନର ଉତ୍ତର ସହଜରେ ମନେରଖିବା ସହିତ କହିବି ପାରୁଛନ୍ତି । ଏହି କାରଣରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ମିଳିଛି ସ୍ୱତନ୍ତ୍ର ସ୍ଥାନ । ଏହି କୁନି ପ୍ରତିଭା ଜଣକ ହେଲେ ଆରଭି ୟୁଭାନିକା । ଆରଭିଙ୍କ ମୁହଁରେ ଅଛି ଭାରତର ୨୮ ରାଜ୍ୟର ରାଜଧାନୀ,୧୬ଟି ଶବ୍ଦର ବିପରୀତ ଶବ୍ଦ, ୧୨ଜଣ କବି ଓ ସେମାନଙ୍କୁ ମିଳିଥିବା ଉପାଧି ନାମ, ୯ ଜଣ ସ୍ୱାଧୀନତା ଦେଶ ପ୍ରେମ ସ୍ଲୋଗାନ , ୧୦ ଜଣ ଲେଖକ ରଚନା କରିଥିବା ଗ୍ରନ୍ଥଙ୍କ ଓ ଉପନ୍ୟାସର ନାମ,୧୨ ଟି ରଙ୍ଗର ନାମ ଆଦି ଅନେକ ତଥ୍ୟ ।

ଦେଶରେ ଥିବା ବିଭିନ୍ନ ରାଜ୍ୟର ରାଜଧାନୀ ଗୁଡିକର ନାଁ କଣ ? ଇଂରାଜୀ ମାସ , ଋତୁ, ସପ୍ତାହର ଦିନ ଗୁଡିକର ନାମ, ଶିଶୁ ବାଟିକା ପଦ୍ୟ ଆବୃତ୍ତି, କ୍ଷେତ୍ରର ନାମ, ଇଂରାଜୀ ବର୍ଣ୍ଣମାଳା ର ପ୍ରତୀକର ସଠିକ ଉତ୍ତର କଣ?? ମହାଦେଶର ନାମ ଓ ଦେଶର କେନ୍ଦ୍ରଶାସିତ ରାଜ୍ୟର ନାମ, ଗ୍ରହ ଓ ମଣିଷ ଶରୀରର ଅଙ୍ଗ ପ୍ରତେଙ୍ଗର ନାମ, ଫଳର ନାମ , ପଶୁର ନାମ ବିଭିନ୍ନ ପନିପରିବା ର ନାମ, ଇଂରାଜୀରେ ଜରୁରୀକାଳୀନ ଶବ୍ଦ,ସଂଖ୍ୟା ଗଣନା ଓ ଜରୁରୀ କାଳୀନ ଶବ୍ଦ କଣ କଣ ?? ସେହିପରି ବନ୍ଦେ ଉତ୍କଳ ଜନନୀ ଗାନ, ସଂସ୍କୁତ ଶ୍ଳୋକ ଓ ହନୁମାନ ଚାଳିଶା ପଠନ, ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ମୁଖସ୍ଥ । ଏହି କାରଣରୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସେ ସ୍ଥାନ ପାଇଛନ୍ତି । ଏହି କୁନି ଝିଅ ହେଲେ ଯୁବ ଇଞ୍ଜିନିୟର ଚନ୍ଦନ ରାଉତ ଓ ଇଞ୍ଜିନିୟର ସ୍ୱପ୍ନାଶ୍ରୀ ସାମଲଙ୍କ ଝିଅ ଆରଭି ୟୁଭାନିକା । ନିଜର ଏହି ଅଦ୍ଭୁତ ଦକ୍ଷତା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇଛନ୍ତି ।

ଆରଭିଙ୍କ ଘର କଟକ ଜିଲ୍ଲା ନିଶ୍ଚିନକୋଇଲି ବ୍ଲକ ଜିଗ୍ନୀପୁରରେ । ସେଠାକାର ଯୁବ ଇଞ୍ଜିନିଅର ଚନ୍ଦନ ରାଉତ ଓ ଇଞ୍ଜିନିଅର ସ୍ୱପ୍ନାଶ୍ରୀ ସାମଲଙ୍କ ଝିଅ । ସ୍ଥାନୀୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଦାର ନାଥ ରାଉତ ଓ ବାସନ୍ତୀ ରାଉତଙ୍କ ନାତୁଣୀ ହେଉଛନ୍ତି ଏହି ବିସ୍ମୟ ବାଳିକା ଆରଭି । ଆରଭି ଙ୍କ ମାଆ ସ୍ୱପ୍ନା ଶ୍ରୀଙ୍କ କହିବା ଅନୁସାରେ ନିଜ ଝିଅ ଭିତରେ ଅଦ୍ଭୁତ ସ୍ମରଣ ଶକ୍ତି ଦେଖି ତାଙ୍କୁ ଉତ୍ସାହ ଲାଗିଥିଲା । ତେଣୁ ସେ ତାକୁ ଆଗକୁ ନେବା କୁ ଉଦ୍ୟମ କରିଥିଲେ । ଏଥିରେ ତାଙ୍କୁ ପରିବାର ଲୋକେ ମଧ୍ୟ ସହଯୋଗ କରିଥିଲେ । ସବୁଠାରୁ ବଡ଼ କଥା ହେଲା ଇଣ୍ଡିଆ ବୁକ ଅଫ ରେକର୍ଡ ରେ ଯେତେବେଳେ ଆରଭି ସ୍ଥାନ ପାଇଲା । କୁନି ଝିଅ ଆରଭିଙ୍କୁ ବିଭିନ୍ନ ସଂଗଠନ ଓ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଓ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ରୋଟାରି ଭବନ ରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସଫଦାର ହସୀମ, ବିଶିଷ୍ଟ ସମାଜସେବୀ ଲିନା ନନ୍ଦିତା ପରିଡା, ବିଶିଷ୍ଟ ଆଇନଜୀବୀ ହାସନ ଖାଁ, ଅଭିନେତା ବାବୁ ରାଜା, ବିଶିଷ୍ଟ କମେଡିଆନ ଜ୍ଞାନ ବାରିକ ଓ କାର୍ଯ୍ୟକ୍ରମ ସଞ୍ଚଳିକା ଗାୟତ୍ରୀ ମିଶ୍ର ଯୋଗ ଦେଇ ଏହି କୁନି ଶିଶୁଙ୍କ ଶୁଭ ମନାସି ଥିଲେ ।

Comments are closed.