Latest Odisha News

ରଣଦୀପ-ଲିନ୍ ଙ୍କ ରିସେପ୍ସନ୍ ପାର୍ଟିରେ ରୋମାଣ୍ଟିକ୍ ଏଣ୍ଟ୍ରି କରି ପୁଣି ଚର୍ଚ୍ଚାରେ ତମନ୍ନା ଓ ବିଜୟ

ମୁମ୍ବାଇ: ଏବେ ବି-ଟାଉନ ର ଲାଇମ ଲାଇଟ ରେ ତମନ୍ନା ଭାଟିଆ-ବିଜୟ ବର୍ମା । ବର୍ତ୍ତମାନ ପ୍ରତ୍ୟେକ ପାର୍ଟି ଓ ଇଭେଣ୍ଟରେ ନିଜର ସାନଦାର ଏଣ୍ଟ୍ରୀ ପାଇଁ ଚର୍ଚ୍ଚା ରେ ରହୁଛନ୍ତି ଏହି ନ୍ୟୁ ଲଭ ବାର୍ଡ । ଫିଲ୍ମ ‘ଲଷ୍ଟ ଷ୍ଟୋରୀଜ-2’ ର ସେଟରୁ ଆରମ୍ଭ ହୋଇଥିଲା ତମନ୍ନା ଓ ବିଜୟ ଙ୍କ ଲଭ ଷ୍ଟୋରୀ । ସେବେ ଠାରୁ ତମନ୍ନା ଓ ବିଜୟ ଫ୍ରଣ୍ଟ ଲାଇନରେ ରହି ଆସୁଛନ୍ତି । ଏହି କପଲ ଫ୍ୟାନ୍ସ ଙ୍କ ମନ ଜିତିବା ପାଇଁ କୌଣସି କସର ଛାଡି ନାହାଁନ୍ତି । ପୁଣି ଥରେ ତମନ୍ନା ଭାଟିଆ-ବିଜୟ ବର୍ମା ସେମାନଙ୍କ ରୋମାଣ୍ଟିକ ଏଣ୍ଟ୍ରୀ ପାଇଁ ପୁଣି ଲାଇମ ଲାଇଟ୍ ରେ ରହିଛନ୍ତି ।

ଗତକାଲି ନ୍ୟୁ ମ୍ୟାରେଡ୍ କପଲ ରଣଦୀପ ହୁଡ୍ଡା-ଲିନ୍ ଲୈଶ୍ରମଙ୍କ ରିସେପ୍ସନ୍ ପାର୍ଟିରେ ପୁଣି ଥରେ ଉଭୟଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ନଭେମ୍ବର 29 ରେ ରଣଦୀପ ହୁଡ୍ଡା-ଲିନ୍ ଲୈଶ୍ରମ ବିବାହ ବନ୍ଧନରେ ବାନ୍ଧି ହୋଇଥିବାବେଳେ, ଏନେଇ ନ୍ୟୁ କପଲ୍ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପନସ ପାର୍ଟିର ଆୟୋଜନ କରିଥିଲେ ।

ଆଉ ଏହି ରିସେପସନ ପାର୍ଟିରେ ଅନେକ ବଲିଉଡ ତାରକାଙ୍କ ସହ ଯୋଗଦେଇଥିଲେ ବି-ଟାଉନର ନୂଆ ଲଭ୍ ବାର୍ଡ ତମନ୍ନା ଓ ବିଜୟ ଯାହାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତମନ୍ନା-ବିଜୟ ହାତରେ ହାତ ରଖି ରିସେପ୍ସନ ପାର୍ଟି ଏଞ୍ଜୟ କରୁଥିବା ଦେଖିବାକୁ ମିଳିଥିଲା । ଏହି କପଲ ମିଡିଆ ସାମ୍ନାରେ ମଧ୍ୟ ବହୁତ ରୋମାଣ୍ଟିକ ପୋଜ୍ ମଧ୍ୟ ଦେଇଥିଲେ ।

 

ତେବେ ଏହି ରିସେପସନ ପାର୍ଟିରେ ତମନ୍ନା ଫ୍ଲୋରାଲ ଶାଢି ସହ ଡିପ୍ ନେକ ବ୍ଲାଉଜ୍ ପିନ୍ଧିଥିବାର ନଜର ଆସିଛନ୍ତି । ହେଭି ଇଅରିଙ୍ଗ ସାଙ୍ଗକୁ ଲାଲ୍ ଲିପଷ୍ଟିକ୍ ତମନ୍ନାଙ୍କ ଲୁକ୍ କୁ ଆହୁରି ବୋଲ୍ଡ କରୁଛି । ଯେଉଁଥିରେ ତମନ୍ନା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସେହିପରି ବିଜୟ ଏକ କଳା ସୁଟ୍ ରେ ବହୁତ ଡ୍ୟାସିଙ୍ଗ ଦେଖାଯାଉଥିଲେ । ତମନ୍ନା ଭାଟିଆ ଓ ବିଜୟ ଙ୍କ ର ଏହି ନୂଆ ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି । ଫ୍ୟାନ୍ସ ଉଭୟଙ୍କ ଏହି ରୋମାଣ୍ଟିକ୍ ଏଣ୍ଟ୍ରି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ।

Comments are closed.