Latest Odisha News

ଜାପାନର ବୟୋଜ୍ୟେଷ୍ଠ ମହିଳାଙ୍କ ୧୧୬ ବର୍ଷରେ ପରଲୋକ

ଟୋକିଓ: ବିଶ୍ୱର ଦ୍ୱିତୀୟ ଓ ଜାପାନର ବୟୋଜ୍ୟେଷ୍ଠ ମହିଳା ଫୁସା ତତସୁମିଙ୍କ ୧୧୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କାଶିୟାରା ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେ ତାଙ୍କର ପ୍ରିୟ ଖାଦ୍ୟ ବୀନ ପେଷ୍ଟ ଜେଲି ଖାଇବାର କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ । ଗତ ବର୍ଷ ୧୧୯ ବର୍ଷୀୟ କେନ ତନକାଙ୍କ ମଧ୍ୟ ପରଲୋକ ହୋଇଥିଲା । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପରିଚିତ ହୋଇଥିଲେ । ଫୁସା ଓଭରାଲ ବିଶ୍ୱର ୨୭ତମ ଓ ଜାପାନର ୭ମ ବୟସ୍କ ବ୍ୟକ୍ତି ଭାବେ ପରିଗଣିତ । ୧୯୦୭ରେ ଜନ୍ମ ଗ୍ରହଣ କରିଥିବା ଫୁସା ନିଜର ୩ଟି ସନ୍ତାନ ଓ ପତିଙ୍କ ସହ ଏକତ୍ର ରହୁଥିଲେ । ସେ ତାଙ୍କ ଜୀବନରେ କେବେ ବି ରୋଗଗ୍ରସ୍ତ ହୋଇ ନ ଥିଲେ ।

୭୦ ବର୍ଷ ବୟସରେ ପଡିଯିବାରୁ ତାଙ୍କ ପାଦର ହାଡ ଭାଙ୍ଗି ଯାଇଥିଲା । ଓସାକାର ଗଭର୍ଣ୍ଣର ହିରାଫୁମି ଯୋଶୀମୁରା ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଜାପାନରେ ଅନେକ ବୟସ୍କ ବ୍ୟକ୍ତି ରହିଛନ୍ତି । ରେକର୍ଡ ଅଭାବରୁ ଅନେକଙ୍କୁ ବିଧିବଦ୍ଧ ଭାବେ ସାମିଲ କରାଯାଇ ପାରୁ ନାହିଁ । ଫୁସାଙ୍କ ୭୬ ବର୍ଷୀୟ ପୁତ୍ର କେଂଜୀ ମଧ୍ୟ ମାଆଙ୍କ ପରଲୋକ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.