Latest Odisha News

ପୋଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ‘ଡୋନାଲ୍ଡ ଟସ୍କ’ 

ନୂଆଦିଲ୍ଲୀ: ପୋଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ଡୋନାଲ୍ଡ ଟସ୍କ । ‘ସିଭିକ୍ ପ୍ଲାଟଫର୍ମ’ ନେତା ଟସ୍କ ସଂସଦରେ ବହୁମତ ହାସଲ କରି ପୁଣି ଥରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ସହ ଲ ଆଣ୍ଡ ଜଷ୍ଟିସ୍ ପାର୍ଟିର ଦୀର୍ଘ ୮ ବର୍ଷର ଶାସନର ଅନ୍ତ ଘଟିଛି। ପୋଲାଣ୍ଡରେ ୟୁରୋପୀୟ ସଂଘ ସମର୍ଥିତ ସରକାର ଗଠିତ ହୋଇଛି।

ଗଣତନ୍ତ୍ରର ମାନଦଣ୍ଡକୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ସତ୍ତ୍ବେ ଟସ୍କଙ୍କ ଦଳ ସିଭିକ୍ ପ୍ଲାଟଫର୍ମ ବିପୁଳ ବିଜୟ ହାସଲ କରିଛି । ୨୦୧୪-୨୦୧୯ ଯାଏ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଥିଲେ ଟସ୍କ । ଏହା ପୂର୍ବରୁ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ପଦରେ ଥିଲେ। ନିର୍ବାଚନର ଦୁଇ ମାସ ପରେ ଏହି ପଦରେ ରହିଛନ୍ତି। ତାଙ୍କ ସହ ମିଳିତ ଭାବେ ଅନ୍ୟ କେତେକ ପାର୍ଟି ସରକାରରେ ସାମିଲ ହୋଇଛନ୍ତି । ଟସ୍କଙ୍କୁ ନିଜର ନେତା ବାଛିଛନ୍ତି ଏହି ସବୁ ଦଳ ।

ଲ ଆଣ୍ଡ ଜଷ୍ଟିସ୍ ପାର୍ଟି ୨୦୧୫ରୁ ପୋଲାଣ୍ଡର ଶାସନ ଭାର ସମ୍ଭାଳୁଥିଲା। ତେବେ ଏହି ଦଳ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଦୁର୍ବଳ କରୁଥିବା ନେଇ ଅଭିଯୋଗ ହୋଇଥିଲା । ୟୁରୋପୀୟ ସଂଘ ଏବଂ ଅନ୍ୟମାନେ ଏନେଇ ଅଭିଯୋଗ କରିଥିଲେ। ୪୬୦ ଆସନ ବିଶିଷ୍ଟ ଲୋକସଭାରେ ଟସ୍କଙ୍କ ସପକ୍ଷରେ ୨୪୮ ସାଂସଦ ମତଦାନ କରିଥିବା ବେଳେ ତାଙ୍କ ବିପକ୍ଷରେ ୨୦୧ ଭୋଟ୍ ପଡିଥିଲା।

 

Comments are closed.