Latest Odisha News

ଜମି ବିକ୍ରି ନାଁରେ ପୋଲିସ ଆଇଜିଙ୍କୁ ଲଗାଇଲେ ଚୂନା

ଭୁବନେଶ୍ୱର: ଜମି ବିକ୍ରି ନାଁରେ ପୋଲିସ ଆଇଜିଙ୍କୁ ଠକିଦେଲେ । ପୋଲିସ ଆଇଜିଙ୍କୁ ଚୂନା ଲଗାଇଲା ଜମି ଦଲାଲ । ଜମି କିଣିବାକୁ ଯାଇ ଠକାମିର ଶିକାର ହୋଇଛନ୍ତି ବରିଷ୍ଠ ପୋଲିସ ଆଇଜି ବିଭୂତି ଭୂଷଣ ରାଉତ । ୨୦ ଲକ୍ଷ ଟଙ୍କାରେ ଜମି କିଣି ଠକେଇ ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଜଟଣୀ ପାଖରେ ଜମି ବିକ୍ରି ନେଇ ପେପରରେ ବିଜ୍ଞାପନ ଦିଆଯାଇଥିଲା । ଅଭିଯୁକ୍ତ ଜମି ମାଲିକ ଦୁର୍ଗା ଚରଣ ପ୍ରଧାନ ଏକ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଆଡଭାନ୍ସ ବାବଦକୁ ୨୦ ଲକ୍ଷ ଟଙ୍କା ଦେଇଥିଲେ ବିଭୂତି ଭୂଷଣ । କାଗଜପତ୍ର ଦେଖି ଜଟଣୀ ସବରେଜିଷ୍ଟ୍ରି ଅଫିସରେ ରେଜିଷ୍ଟ୍ରି କରିଥିଲେ । ମାତ୍ର ଜାଲ କାଗଜ ପତ୍ରରେ ଜମି ବିକ୍ରି କରିଥିଲେ ଅଭିଯୁକ୍ତ ଦୁର୍ଗା ଚରଣ । ଏନେଇ ଗତ ସେପ୍ଟେମ୍ବରରେ ଠକେଇ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ ପୋଲିସ ଅଧିକାରୀ ।ତଦନ୍ତ ପରେ ଅଭିଯୁକ୍ତ ଜମି ମାଲିକ ଦୁର୍ଗାଚରଣ ପ୍ରଧାନକୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

Comments are closed.