Latest Odisha News

ଉଦବୋଧନ ଅଧାରେ ସଂସଦ ଭିତରେ ପଡିଗଲେ ତୁର୍କୀ ସାଂସଦ

ଆଙ୍କାରା: ଉଦବୋଧନ ଦେବାବେଳେ ସଂସଦ ଭିତରେ ତଳେ ପଡିଗଲେ ସାଂସଦ । ଇସ୍ରାଏଲ-ଗାଜା ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ନିଜ ମତ ରଖୁଥିଲେ ସାଂସଦ ହାସନ ବିତମେଜ । ଇସ୍ରାଏଲ ଭଗବାନଙ୍କ କୋପର ଶିକାର ହେବ ବୋଲି କହିବାବେଳେ ହଠାତ ତଳେ ପଡିଯାଇଥିଲେ ।

ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବ୍ଲିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ଆଲୋଚନାର ଲାଇଭ ବ୍ରଡକାଷ୍ଟ ବି ଚାଲିଥିଲା । ତେବେ ଆଲୋଚନାରେ ଭାଗନେବାବେଳେ ୫୩ ବର୍ଷ ବୟସ୍କ ବିତମେଜ ହଠାତ୍ ପଡିଯାଇଥିଲେ । ସେ ମଧୁମେହରେ ପୀଡ଼ିତ ଥିଲେ ଓ ତାଙ୍କୁ ହୃଦଘାତ ହେଇଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ହସ୍ପିଟାଲର ନିଆଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ରହିଛି ।

ସଂସଦର ଅଧିବେଶନ ଚାଲିଥିବା ବେଳେ ଇସ୍ରାଏଲକୁ ନିନ୍ଦା କରି ଭାଷଣ ଦେଉଥିଲେ ସାଂସଦ । ହେଲେ ଏହି ସମୟରେ ହଠାତ ତଳେ ପଡି ଯାଇଥିଲେ। କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି । ଆଉ ଏବେ ସେହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ବିତମେଜ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି କହିଛନ୍ତି ତୁର୍କୀ ସ୍ବାସ୍ଥ୍ୟମନ୍ତ୍ରୀ ଫାରେତିନ କୋକା ।

Comments are closed.