Latest Odisha News

ମହାଦେବ ବେଟିଂ ଆପର ମାଷ୍ଟର ମାଇଣ୍ଡ ରବି ଉପ୍ପଲ ଗିରଫ

ନୂଆଦିଲ୍ଲୀ: ପୋଲିସ କବଜାରେ ମହାଦେବ ବେଟିଂ ଆପର ଅନ୍ୟତମ ମାଷ୍ଟର ମାଇଣ୍ଡ ରବି ଉପ୍ପଲ । ମାଷ୍ଟର ମାଇଣ୍ଡ ରବିକୁ ଗିରଫ କରିଛି ଦୁବାଇ ପୋଲିସ୍ । ଭାରତରେ ଇଡି ଏହି ଆପକୁ ନେଇ ଖୋଳତାଡ଼ କରୁଛି । ଏହି ସମୟରେ ଆପର ମାଲିକଙ୍କ ଅନ୍ୟତମ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଧରା ପଡ଼ିଛି। ଇଡିର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ୱାରା ରେଡ ନୋଟିସ ଜାରି କରାଯାଇଥିଲା। ଏହାପରେ ଦୁବାଇ ପୋଲିସ୍ ରବିକୁ ଗତ ସପ୍ତାହରେ ଗିରଫ କରିଥିବା ସୂଚନା ମିଳିଛି। ତାକୁ ଖୁବଶୀଘ୍ର ଭାରତ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି।

ମହାଦେବ ବେଟିଂ ଆପକୁ ନେଇ ଇଡି ଖୋଳତାଡ଼ ଜାରି ରଖିଛି। ରବି ଏହି ଆପରର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରର ସହଯୋଗୀ । ଛତିଶଗଡ଼ ଓ ମୁମ୍ବାଇ ପୋଲିସ୍ ଏନେଇ ଯାଞ୍ଚ ଚଳାଇଛି। ମହାଦେବ ଆପକୁ ଭାରତରେ ବ୍ୟାନ୍ କରାଯାଇଥିବା ବେଳେ ଅନ୍ୟ ଦେଶମାନଙ୍କରେ ଏବେ ବି ତାହା ଚାଲୁ ରହିଛି।

ଛତିଶଗଡ଼ର ଚନ୍ଦ୍ରାକର ଓ ତାଙ୍କ ସହଯୋଗୀ ଏହି ଆପର ମାଷ୍ଟର ମାଇଣ୍ଡ । ପୂର୍ବରୁ ଉଭୟଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ୍ ଜାରି କରାଯାଇଥିଲା। ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ବେଟିଂ ଆପକୁ ବ୍ୟାନ୍ କରି ଦିଆଯାଇଥିଲା। ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

Comments are closed.