Latest Odisha News

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ: ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷରେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ରେ ହେବ । ଏଥିପାଇଁ ସମସ୍ତ ୧୦ ଫ୍ରାଂଚାଇଚ ସେମାନଙ୍କ ପ୍ରସ୍ତୁତି ଶେଷ କରିଛନ୍ତି । ବୁଧବାର ଆଇପିଏଲର ବ୍ରାଣ୍ଡଭାଲ୍ୟୁ ସମ୍ପର୍କୀତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷ ସ୍ଥାନରେ ରହିଛି । ୫ ଥର ଚାମ୍ପିୟନ ମୁମ୍ବାଇର ବ୍ରାଣ୍ଡ ଭାଲ୍ୟୁ ୭୨୫ କୋଟି ଟଙ୍କା ରହିଛି । ଏହା ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚେନ୍ନାଇ ସୁପର କିଙ୍ଗସ ଓ କୋଲମାତା ନାଇଟ ରାଇଡର୍ସ ରହିଛନ୍ତି । ଚେନ୍ନାଇର ଭାଲ୍ୟୁ ୬୭୨ ଓ କୋଲକାତାର ୬୫୫ କୋଟି ରହିଛି । ଚେନ୍ନାଇ ୫ ଓ କୋଲକାତା ୨ଥର ଚାମ୍ପିୟନ ହୋଇଛନ୍ତି ।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏ ପର୍ଯ୍ୟନ୍ତ ଚାମ୍ପିୟନ ହୋଇପାରି ନ ଥିବା ସତ୍ୱେ ୪ର୍ଥ ସ୍ଥାନରେ ରହିଛି । ଦଳର ଭାଲ୍ୟୁ ୫୮୨ କୋଟି ରହିଛି । ୨୦୨୨ରେ ପଦାର୍ପଣ ସିଜନରେ ଚାମ୍ପିୟନ ହୋଇଥିବା ଗୁଜରାଟ ଟାଇଟାନ୍ସ ୫୪୫ କୋଟି ବ୍ରାଣ୍ଡ ଭାଲ୍ୟୁ ସହ ୫ମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ(୫୩୭), ରାଜସ୍ଥାନ ରୟାଲ୍ସ (୫୨୧), ସନରାଇଜର୍ସ ହାଇଦ୍ରାବାଦ(୪୦୧), ଲକ୍ଷ୍ନୌ ସୁପର ଜ୍ୟାଂଟସ(୩୯୧) ଓ ପଞ୍ଜାବ କିଙ୍ଗସ ୩୭୭ କୋଟି ସହ ଷଷ୍ଠରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି ।

Comments are closed.