Latest Odisha News

ବିଜେପି ଏମପିଙ୍କ ସମ୍ପର୍କୀୟ କହି ସଂସଦରେ ପଶିଥିଲେ ୨ ଅଭିଯୁକ୍ତ; ଅଟୋଚାଳକ ଓ ତାଙ୍କ ପତ୍ନୀଙ୍କ ସମେତ ୬ ଗିରଫ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡରେ ଅଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । କୁହାଯାଉଛି, ଚାରି ଅଭିଯୁକ୍ତ ଗୁରୁଗ୍ରାମର ସେକ୍ଟର-୭ ହାଉସିଂ ବୋର୍ଡ କଲୋନୀରେ ଗତକାଲିଠାରୁ ରହୁଥିଲେ। ଚାରିଜଣ ଯାକ ବିକ୍କି ଶର୍ମା ନାକ ଜଣେ ବ୍ୟକ୍ତିଙ୍କର ସମ୍ପର୍କୀୟ । ବିକ୍କି ଶର୍ମା ମୂଳ ରୂପରେ ହିସାରର ବାସିନ୍ଦା । ଦିଲ୍ଲୀ ପୋଲିସ ବିକ୍କି ଶର୍ମା ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ।

ଦିଲ୍ଲୀ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ସଂସଦ ମାର୍ଗ ପୋଲିସ ଷ୍ଟେସନକୁ ଆଣିଛି । ଗୋଇନ୍ଦା ସଂସ୍ଥା ଅଧିକାରୀମାନେ ସେମାନଙ୍କୁ ଜେରା କରୁଛନ୍ତି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ସଂସଦ ଭବନ ବାହାରେ ଥିବା ନିଲମ ଏବଂ ଅମଲଙ୍କ  ପାଖରେ ମୋବାଇଲ ଫୋନ ନ ଥିଲା । ଏପରିକି ତାଙ୍କ ପାଖରେ କୌଣସି ବ୍ୟାଗ ବା ପରିଚୟପତ୍ର ବି ନ ଥିଲା । ଉଭୟେ କୌଣସି ସଂଗଠନ ସହ ଜଡିତ ନ ଥିବା ଜେରା ବେଳେ କହିଛନ୍ତି । ନିଜେ ନିଜେ ଏପରି କାଣ୍ଡ କରିଥିବା ସେମାନେ କହିଛନ୍ତି । ତେବେ ତଦନ୍ତରୁ ଯାହା ଜଣାପଡିଛି, ଏହି ଷଡଯନ୍ତ୍ରରେ ୬ ଜଣ ଲୋକ ସାମିଲ ଥିଲେ । ୨ ଜଣ ଲୋକ ସଂସଦ ଭିତରେ ହଙ୍ଗାମା କରୁଥିବାବେଳେ ସଂସଦ ବାହାରେ ୨ ଜଣ ବିରୋଧ ପ୍ରଦର୍ଶନ କରୁଥିଲେ ।

ସଂସଦ ଭିତରେ ଥିବା ସାଗର ଶର୍ମା ମୈଶୁରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ଅତିଥି ଭାବେ ଦର୍ଶକ ଗ୍ୟାଲେରିକୁ ଆସିଥିଲେ । ତାଙ୍କର ପରିବାର ଲକ୍ଷ୍ନୌର ଆଲମବାଗରେ ଭଡାରେ ରହୁଛନ୍ତି । ଏହି ଖବର ପାଇଁ ପରେ ପୋଲିସର ଏକ ଟିମ ତଦନ୍ତ ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ।

ସେହିପରି ଅଭିଯୁକ୍ତ ମନୋରଞ୍ଜନ ତିନି ମାସ ହେଲା ସଂସଦ ଭବନରେ ପଶିବା ପାଇଁ ଚକ୍କର କାଟୁଥିଲେ । ତିନି ମାସ ହେଲା ସେ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ  କାର୍ଯ୍ୟାଳୟରେ ଚକ୍କର କାଟୁଥିଲେ । ଏହା ପରେ ଏଣ୍ଟ୍ରି କରିଥିଲା । ମନୋରଞ୍ଜନ ସାଗର ଶର୍ମାକୁ ନିଜ ସାଙ୍ଗ ବୋଲି କହିବା ସହ ନୂଆ ସଂସଦ ଭବନ ଦେଖିବାକୁ ଚାହୁଁଥିବା କହିଛି ।

ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ ସହ ଗୁରୁଗାମ ପୋଲିସ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଯାଂଚ କରୁଛି । ମିଳିଥିବା ସୂଚନା ଅନୁସାରେ, ବିକ୍କି ଶର୍ମା ପେଶାରେ ଜଣେ ଅଟୋ ଚାଳକ ।  ୯୦ ଦଶକରେ ସେ ଏକ ଫୌଜୀ ଗ୍ୟାଙ୍ଗର ସଦସ୍ୟ ଥିଲେ ।  ପଡୋସୀମାନେ ମଧ୍ୟ ବିକ୍କି ବିରୋଧରେ ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ।

Comments are closed.