ନୂଆଦିଲ୍ଲୀ: ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍ । ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର । ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ । ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ପରିଦର୍ଶକଙ୍କୁ ପାସ୍ ଦେବାକୁ ମନା କରିଛନ୍ତି ।
ଏହା ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ବିରୋଧୀ ଦଳର ନେତାମାନେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ସେ ଏଥିରେ ସହମତ ହୋଇଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ନେଇ ଆଶ୍ୱାସନା ଦେଇଥିଲେ । ଏହି ଘଟଣା ପରେ ଏମପି, କର୍ମଚାରୀ ଏବଂ ଗଣମାଧ୍ୟମକୁ ପୃଥକ ପ୍ରବେଶ ଦ୍ୱାର ଦିଆଯିବା ସହିତ ସୁରକ୍ଷା ପ୍ରୋଟୋକଲଗୁଡ଼ିକର ପୁନଃ ପ୍ରସ୍ତୁତ କରାଯାଇଛି । ପରେ ଯେଉଁ ସମୟରେ ପରିଦର୍ଶକମାନଙ୍କୁ ଅନୁମତି ମିଳିବ ସେତେବେଳେ ସେମାନେ ଚତୁର୍ଥ ଫାଟକରୁ ପ୍ରବେଶ କରିବେ । ତେବେ ବର୍ତ୍ତମାନ ପାଇଁ ଏହି ସୁବିଧା ବନ୍ଦ ରହିବ ।
ଏହା ସହିତ ଆଗକୁ ଭିଜିଟର ଗ୍ୟାଲେରୀରେ କାଚ ଲାଗିବ, ଯାହା ଦ୍ୱାରା ସେମାନେ ତଳକୁ ଡେଇଁ ପାରିବେ ନାହିଁ । ବିମାନ ବନ୍ଦର ପରି ବଡି ସ୍କାନର ଏବେ ସଂସଦରେ ମଧ୍ୟ ଲଗାଯିବ । ଏଥିସହିତ ସଂସଦ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ।
BREAKING NEWS
- ଦୁର୍ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ବାମୀ ମୃତ…
- ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ଅପପ୍ରଚାର, ଏଫ୍ଆଇଆର୍ ରୁଜୁ…
- ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ
- T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍
- MKBY; ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା, ଟାଙ୍କା ସହ ଉପହାର ଦେବେ ମୁଖ୍ୟମନ୍ତ୍ରୀ
- Odisha Winter: ରାଜ୍ୟରେ ହାଡ଼ଭଙ୍ଗା ଶୀତ: ୨ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ
- ଇଣ୍ଡିଗୋ ସଙ୍କଟ: ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି
- ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍
- ଟ୍ରମ୍ପଙ୍କୁ ମିଳିଲା ଶାନ୍ତି ପୁରସ୍କାର…
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
Comments are closed.