ନୂଆଦିଲ୍ଲୀ: ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍ । ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର । ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ । ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ପରିଦର୍ଶକଙ୍କୁ ପାସ୍ ଦେବାକୁ ମନା କରିଛନ୍ତି ।
ଏହା ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ବିରୋଧୀ ଦଳର ନେତାମାନେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ସେ ଏଥିରେ ସହମତ ହୋଇଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ନେଇ ଆଶ୍ୱାସନା ଦେଇଥିଲେ । ଏହି ଘଟଣା ପରେ ଏମପି, କର୍ମଚାରୀ ଏବଂ ଗଣମାଧ୍ୟମକୁ ପୃଥକ ପ୍ରବେଶ ଦ୍ୱାର ଦିଆଯିବା ସହିତ ସୁରକ୍ଷା ପ୍ରୋଟୋକଲଗୁଡ଼ିକର ପୁନଃ ପ୍ରସ୍ତୁତ କରାଯାଇଛି । ପରେ ଯେଉଁ ସମୟରେ ପରିଦର୍ଶକମାନଙ୍କୁ ଅନୁମତି ମିଳିବ ସେତେବେଳେ ସେମାନେ ଚତୁର୍ଥ ଫାଟକରୁ ପ୍ରବେଶ କରିବେ । ତେବେ ବର୍ତ୍ତମାନ ପାଇଁ ଏହି ସୁବିଧା ବନ୍ଦ ରହିବ ।
ଏହା ସହିତ ଆଗକୁ ଭିଜିଟର ଗ୍ୟାଲେରୀରେ କାଚ ଲାଗିବ, ଯାହା ଦ୍ୱାରା ସେମାନେ ତଳକୁ ଡେଇଁ ପାରିବେ ନାହିଁ । ବିମାନ ବନ୍ଦର ପରି ବଡି ସ୍କାନର ଏବେ ସଂସଦରେ ମଧ୍ୟ ଲଗାଯିବ । ଏଥିସହିତ ସଂସଦ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ।
BREAKING NEWS
- CBI Arrest:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଇନକମ ଟ୍ୟାକ୍ସ ଅଫିସର
- Iranian attack on Kuwait Airport:ଇରାନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ; ଭାରତ ଦୃଢ଼ ନିନ୍ଦା କରିବା ସହ କଲା ବଡ଼ ଅପିଲ୍
- ବନ୍ଧାହେଲେ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ; ୮୯ କେଜି ଗଞ୍ଜେଇ ସହ କାର୍ ଜବତ
- ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ;୨ ଗିରଫ
- ସୂର୍ଯ୍ୟକୁମାରଙ୍କ ବଦଳରେ କିଏ ହେବ ଟିମ ଇଣ୍ଡିଆର ଟି୨୦ ଅଧିନାୟକ
- E-Hundi System For Puri:ଶ୍ରୀମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା ହେବ କାର୍ଯ୍ୟକାରୀ; ଶ୍ରଦ୍ଧାଳୁ ସହଜରେ କରିପାରିବେ ଦାନ
- ମନ୍ଦିରକୁ ଚୋରି କରିବାକୁ ଯାଇ ଫସିଲା ଚୋର
- ଦିନିକିଆ ସିରିଜ: କୋହଲି, ରୋହିତ ୯ରୁ ଆରମ୍ଭ କରିବେ ଅଭ୍ୟାସ
- ବୈଠକରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ
- ଜୁଲାଇରେ ବିବାହ କରିବେ ଆମିର ଖାନ୍
Comments are closed.