Latest Odisha News

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ୫ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୩ର ୧୭ତ ସଂସ୍କରଣର ଶ୍ରଷ୍ଠ ୫ ଜଣ ବିଜେତାଙ୍କ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସଂସ୍କରଣରେ ୨୦ ଜିଲ୍ଲାର ପ୍ରାୟ ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାର୍ବଜନୀନ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁ୍କ୍ତି ବିଦ୍ୟା ବିଭାଗର ଯୁଗ୍ମ ସଚିବ ଆଇଏଏସ ଡ. ୟେଦୁଲ୍ଲା ବିଜୟ ଓ ଟାଟା ଷ୍ଟିଲ କର୍ପୋରେଟ ସର୍ଭିସେସର ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ଉପସ୍ଥିତ ଥିଲେ ।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ୨୦ ବିଜେତା ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ,ୟାଟ୍ସ ଏହାର ଶୁଭାରମ୍ଭ ପରଠାରୁ ଲୋକପ୍ରିୟତା ହାସଲ କରିଆସୁଛି । ଏଥରେ ୮୦ ହଜାର ପିଲା ଅଂଶ ଗ୍ରହଣ କରିଥିବା ଅତ୍ୟନ୍ତ ଖୁସିର କଥା ।

ସେହିପରି ଟାଟା ଷ୍ଟିଲର କର୍ପୋରେଟ ସର୍ଭିସେସ ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଥିଲେ, ୟାଟ୍ସର ୨୦୨୩ ସଂସ୍କରଣ ମଧ୍ୟ ଭାରତର ସବୁଠାରୁ ସଫଳ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଯାହା ଆମ ଯୁବ ବୈଜ୍ଞାନିକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।

ସୂଚନାଥାଉ କି, ଏହି କାର୍ଯ୍ୟକ୍ରମରେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟଳୟରେ ପ୍ରତ୍ୟକ୍ଷ ଭାବେ ପରିଚାଳିତ ଏକ କୁଇଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁଚୟନୀୟ ପ୍ରଶ୍ନ ମୂଲ୍ୟାୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ ଶ୍ରେଷ୍ଠ ୫ଜଣ ବିଜେତାଙ୍କ ସହ ମୋଟ ଟପ ୨୦ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ୨୦୨୪ଜୁନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଏକ କେନ୍ଦ୍ର ପରିଦର୍ଶନରେ ନିଆଯବ । ସେଠାରେ ସେମାନେ ଦେଶର ବିଶିଷ୍ଟ ମହାକାଶ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ ।

Comments are closed.