Latest Odisha News

ପୁଟିନ୍ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ: ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

ମସ୍କୋ :ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ତଥା ତାଙ୍କର ପ୍ରିୟ ଖବରକାଗଜର ଡେପୁଟି ଏଡିଟର-ଇନ୍ ଚିଫ୍ ଆନ୍ନା ସରେଭାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ୩୫ ବର୍ଷୀୟା ଆନ୍ନାଙ୍କ ମୃତଦେହ ମସ୍କୋର ବୋଲ୍‌ଶୋୟ ଟିଶିନ୍‌ସ୍କି ଲେନ୍ ବାସଭବନରୁ ଉଦ୍ଧାର କରାଯାଇଛି । ଆନ୍ନାଙ୍କ ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ । କେହି ତାଙ୍କ ଆପାର୍ଟମେଣ୍ଟକୁ ଅନୁପ୍ରବେଶ କରିଥିବାର ପ୍ରମାଣ ମଧ୍ୟ ମିଳିନାହିଁ ।

ଆନ୍ନା ‘କୋମ୍‌ସୋମୋଲ୍ ସ୍କାୟା ପ୍ରଭ୍‌ଡା’ର ୱେବ୍‌ସାଇଟ୍ କଣ୍ଟେଣ୍ଟ ଦାୟିତ୍ୱରେ ଥିଲେ । ଆଉ ୟୁକ୍ରେନ୍ ବିରୋଧରେ ପୁଟିନ୍‌ଙ୍କ ଯୁଦ୍ଧ ଉପରେ ଲେଖୁଥିଲେ । ‘କୋମ୍‌ସୋମୋଲ୍ ସ୍କାୟା ପ୍ରଭ୍‌ଡା’ ରୁଷିଆର ଏକ ବହୁଳ ପ୍ରସାରିତ ଖବରକାଗଜ ହୋଇଥିବାବେଳେ ଏହାର ୱେବ୍‌ସାଇଟ୍‌ର ୮୩.୯ ନିୟୁତ ପାଠକ ରହିଛନ୍ତି । ପୁଟିନ୍ ଏହି ଖବରକାଗଜକୁ ନିଜର ପ୍ରିୟ ବୋଲି କହୁଥିବା ୟୁରୋପୀୟ କମିଶନର ଏକ ଦସ୍ତାବିଜରେ ଉଲ୍ଲେଖ ରହିଛି । ଖବରକାଗଜର ମୁଖ୍ୟ ସମ୍ପାଦକ ଭ୍ଲାଡିମିର ସୁଙ୍ଗୋରକିନ୍ (୬୮)ଙ୍କ ମୃତ୍ୟୁର ପ୍ରାୟ ବର୍ଷେ ପରେ ପୁଟିନ୍‌ଙ୍କ ଆଉ ଜଣେ ସହଯୋଗୀଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

Comments are closed.