Latest Odisha News

ଋତୁସ୍ରାବ ସମସ୍ୟା ନୁହେଁ, ‘ଦରମା ଛୁଟି’ ନିୟମ ଆବଶ୍ୟକତା ନାହିଁ: କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଅନେକ ଦିନ ଧରି ମହିଳାମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, ଋତୁସ୍ରାବ ଏକ ସମସ୍ୟା ନୁହେଁ, ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର ଆବଶ୍ୟକ ନାହିଁ ।

ଦେଶର ଋତୁସ୍ରାବ ସ୍ୱଚ୍ଛତା ନୀତି ଉପରେ ଆରଜେଡି ନେତା ମନୋଜ କୁମାର ଝା’ଙ୍କ ପ୍ରଶ୍ନର ଉତ୍ତରରେ ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି । ସେ କହିଛନ୍ତି, “ଋତୁସ୍ରାବ ଏକ ଋତୁ ଚକ୍ର ଅଟେ , ଏକ ଅକ୍ଷମତା ନୁହେଁ । ଏହା ମହିଳାଙ୍କ ଜୀବନ ଯାତ୍ରାର ଏକ ପ୍ରାକୃତିକ ଅଂଶ । ଆମେ ଏପରି ପ୍ରସ୍ତାବ ଦେବା ଉଚିତ୍ ନୁହେଁ । ଯେଉଁଠାରେ ମହିଳାମାନେ ସମାନ ସୁଯୋଗରୁ ବଞ୍ଚିତ ହେବେ ।

Comments are closed.