Latest Odisha News

ସବୁଠୁ ଦାମୀ ମେଣ୍ଢା,ଦାମ୍ ଜାଣିଲେ ହୋସ ଉଡ଼ିଯିବ

ରାଜସ୍ଥାନର ଗ୍ରାମାଞ୍ଚଳର ଅଧିକାଂଶ ଲୋକ ମେଣ୍ଢା ଓ ଛେଳି ପାଳନ କରି ପେଟ ପୋଷିଥାନ୍ତି । ମେଣ୍ଢାପାଳକମାନେ ପଶମ ଏବଂ କ୍ଷୀରରୁ ଭଲ ରୋଜଗାର କରନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ମେଣ୍ଢା ବିଷୟରେ କହିବୁ ଯାହା ଦୁନିଆର ସବୁଠୁ ଦାମୀ ମେଣ୍ଢା ଭାବେ ବିବେଚନା କରାଯାଉଛି । ଆଉ ଏହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏହାର ମୂଲ୍ୟ ଜାଗୁଆର, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ୍‌ଠାରୁ ବି ଅଧିକ ।

ଏହି ମେଣ୍ଢା ଉପରେ ଈଶ୍ୱରଙ୍କ ନାମ ମଧ୍ୟ ଲେଖାଯାଇଛି । ଏହାକୁ କାଜୁ ବାଦାମ, କଦଳୀ ଏବଂ ସେଓ ଖାଇବାକୁ ଦିଆଯାଏ । ମେଣ୍ଢାପାଳକ କହିଛନ୍ତି, ଏହା ଏକ ବିଶେଷ ପ୍ରକାରର ମେଣ୍ଢା । ଯାହାର ଦାମ୍ ୫୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଭବାନୀ ସିଂ ସିକର ଜିଲାର ନେଚ୍‌ୱା ତହସିଲର କଲୱା ଗାଁର ଉତ୍ତର ଭାଗରେ ମେଣ୍ଢା ପାଳନରେ କାମ କରନ୍ତି । ତାଙ୍କ ଘରେ ଏକ ଅନନ୍ୟ ମେଣ୍ଢା ଜନ୍ମ ହୋଇଛି । ଯାହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବୋଲି କୁହାଯାଉଛି । ଏହା ହେଉଛି ଏକ ବିଶେଷ ପ୍ରକାରର ଗୁଜରାଟୀ ପ୍ରଜାତିର ମେଣ୍ଢା । ଯାହାର ଓଜନ ଏବଂ ଗଠନ ସ୍ଥାନୀୟ ମେଣ୍ଡାଠାରୁ ବହୁତ ଅଧିକ ।ମେଣ୍ଢା ପାଟିର ଉଭୟ ପାର୍ଶ୍ୱରେ ଆଲ୍ଲା ଶବ୍ଦ ଲେଖା ହୋଇଛି । ଏହାର ଗୋଟିଏ ପଟେ ସ୍ପଷ୍ଟ ଜଣାପଡୁଛି ଯେ, ଆଲ୍ଲା ଊର୍ଦ୍ଦୁ ଭାଷାରେ ଲେଖା ହୋଇଥିବା ବେଳେ ଅନ୍ୟ ପଟେ ଏକ ଚନ୍ଦ୍ର ଥିବା ଦେଖିବାକୁ ମିଳିଛି । ମୁସଲମାନମାନଙ୍କ ପାଇଁ ଚନ୍ଦ୍ରର ଚିହ୍ନ ଶୁଭ ବୋଲି ବିବେଚନା କରାଯାଏ ।
କୃଷକ ଭବାନୀ ସିଂ କୁହନ୍ତି, ଯଦି କେହି ୫୦ ଲକ୍ଷରୁ ଅଧିକ ମୂଲ୍ୟରେ କିଣନ୍ତି । ମୁଁ ଏହାକୁ ବିକ୍ରୟ କରିବି ନାହିଁ । ତେଣୁ ବର୍ତ୍ତମାନ ଏଭଳି ପରିସ୍ଥିତିରେ ଜାଗୁଆର, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ ଭଳି ରାଜକୀୟ ଷ୍ଟାଇଲିଶ କାର ମଧ୍ୟ ଏହି ମେଣ୍ଢା ତୁଳନାରେ ଫିକା ପଡ଼ିଯିବେ ।

Comments are closed.