Latest Odisha News

ସଂସଦ ଭବନରେ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ବୁଧବାର ସଂସଦ ଭବନ ମଧ୍ୟକୁ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସଂସଦ ଭବନରେ ପ୍ରବେଶ କରିବା ପୂର୍ବରୁ ସାଗର ଶର୍ମା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଦୁନିଆରେ ସ୍ୱପ୍ନଠାରୁ କିଛି ସୁନ୍ଦର ନାହିଁ । ଯାହାକି ଆମକୁ ଦିନରାତି ମନେ ପକାଇଥାଏ କେଉଁଥିପାଇଁ ଆମେ ବଂଚିଛେ । ସ୍ୱପ୍ନ ବିନା ଜୀବନ ବୃଥା । ୨୦୦୧ ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବର୍ଷ ପୂର୍ତି ଅବସରରେ ଲୋକସଭାର ଶୂନ୍ୟକାଳ ସମୟରେ କିଛି ଅଭିଯୁକ୍ତ ଲାଇ କ୍ୟାନରେ ହଳଦିଆ ଗ୍ୟାସ ଛାଡିଥିଲେ । ଯାହା ଫଳରେ ସଂସଦରେ ଏକ ଭୟଭୀତ ପରିସ୍ଥିତି ଉପୁଜିଥିଲା । ଅମୋଲ ଶିନ୍ଦେ ଓ ନୀଲମ ସଂସଦ ବାହାରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ନୀଲମ ତାଙ୍କ ସୋସିଆଲ ମିଡିଆରେ ଲେଖିଥିଲେ ହରିୟାଣା ଗ୍ରାମ ପଂଚାୟତ ନିର୍ବାଚନରେ ୫୦ ପ୍ରତିଶତ ଆରକ୍ଷଣ ଲାଗୁ କରାଯାଇଥିବା ବେଳେ ସଂସଦ ଓ ବିଧାନସଭାରେ ଏହାକୁ କାହିଁକି ବ୍ୟବହାର କରାଯାଉନି । ଜୁନରେ ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ । ଅଭିଯୁକ୍ତମାନେ ସୋସିଆଲ ମିଡିଆ ପୋଷ୍ଟରେ କ୍ରାନ୍ତିକାରୀ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କ ଫଟୋ ରଖିଛନ୍ତି । କର୍ଣ୍ଣାଟକର ମୈସୁରରେ ଗିରଫ ହୋଇଥିବା ଅନ୍ୟ ଜଣେ ଅଭିଯୁକ୍ତ ଇଂଜିନିୟରିଂ ପାଠ ପଢ଼ିଛନ୍ତି । ତେବେ ତାଙ୍କ ଘରୁ ପୋଲିସ ଅପରାଧ ସମ୍ପର୍କୀତ ଅନେକ ପୁସ୍ତକ ଜବତ କରାଯାଇଛି । ଯାହାକି ଏକ ଚିନ୍ତାର କାରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.