Latest Odisha News

BREAKING NEWS

ନଗଦ ଟଙ୍କା ଜବତ ପରେ ପୁଣି ଥରେ ବୌଦ୍ଧ ଡିଷ୍ଟିଲରି କମ୍ପାନୀରେ ଆୟକର ବିଭାଗର ରେଡ୍

ବୌଦ୍ଧ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରେ ୩୫୧ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ଘଟଣାରେ ଗୁରୁବାର ବୌଦ୍ଧ ଜିଲ୍ଲାରେ ଥିବା ବୌଦ୍ଧ ଡିଷ୍ଟିଲରି ପ୍ରାଇଭେଟ୍ ଲିମିଟେଡ୍ (ବିଡିପିଏଲ୍)ରେ ପୁଣିଥରେ ଆୟକର ବିଭାଗର ଏକ ଟିମ୍ ପହଂଚି ଅନୁଧ୍ୟାନ କରିଛି।

ଅଧିକାରୀମାନେ ଦୁଇଟି ଗାଡ଼ିରେ ଆସି ଡିଷ୍ଟିଲରି ଅଫିସରେ ଚଢ଼ଉ କରିଥିଲେ। ସପ୍ତାହେ ଧରି ଚାଲିଥିବା ଏହି ଚଢ଼ାଉରେ ଡିସେମ୍ବର ୬ ତାରିଖରେ ବିଡିପିଏଲ ସହ ଜଡ଼ିତ ଏକାଧିକ ସ୍ଥାନକୁ ସାମିଲ କରାଯାଇଥିଲା। ମାରାଥନ୍ ଅପରେସନ୍ ସମୟରେ ଆଇଟି ଅଧିକାରୀମାନେ ତିନି ଜଣ ବିଡିପିଏଲ୍ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ପେନ୍ ଡ୍ରାଇଭ୍, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଆଦି ସହିତ ନଗଦ ଟଙ୍କା ଜବତ କରିଥିଲେ।

ପୃଥକ ପୃଥକ ଆଇଟି ଟିମ୍ ବୌଦ୍ଧ, ବଲାଙ୍ଗୀର, ରାୟଗଡ଼ା ଓ ସମ୍ବଲପୁରରେ ଥିବା ବିଡିପିଏଲ୍ ସମ୍ପୃକ୍ତ ସ୍ଥାନ ସମେତ କୋଲକାତା ଓ ରାଞ୍ଚିରେ ଥିବା ଏହାର କାର୍ଯ୍ୟାଳୟକୁ ଟାର୍ଗେଟ୍ କରି ଏକକାଳୀନ ଚଢ଼ଉ କରିଥିଲେ। ସିଆଇଏସ୍ଏଫର ଯବାନମାନେ ଏହି ଚଢ଼ଉରେ ସହଯୋଗ କରିଥିଲେ।

Comments are closed.