Latest Odisha News

BREAKING NEWS

ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇପିଏସ ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି । ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଧୋନୀ ଅଧିକାରୀଙ୍କ ବିରୋଧରେ କୋର୍ଟରେ ଅବମାନନା ପିଟିସନ ଦାଖଲ କରିଥିଲେ । ଯାହାକୁ ନେଇ ରାୟ ପ୍ରଦାନ କରିଛନ୍ତି କୋର୍ଟ । ତେବେ ଏହି ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖାଯାଇଛି । ଯାହାଫଳରେ ସେ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିପାରିବେ ।

୨୦୧୩ରେ ସମ୍ପତ କୁମାର ତାମିଲନାଡୁ ପୋଲିସର ଜଣେ ସିଆଇଡି ଅଧିକାରୀ ଥିଲେ । ୨୦୧୩ରେ ବେଟିଂ ମାମଲା ଉଠାଇବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ସମ୍ପତ ତାଙ୍କ ତଦନ୍ତ ସମୟରେ ଏହି ମାମଲାରେ ଧୋନୀଙ୍କ ନାମ ଅନ୍ତର୍ଭୁକ୍ତ କରିଥିଲେ । ଏନେଇ ଧୋନୀ ସମ୍ପତ କୁମାର ଓ ଏକ ଟେଲିଭିଜନ ଚ୍ୟାନେଲ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଥିଲେ । ଏଥିସହ ସମ୍ପତଙ୍କ ବିରୋଧରେ କୋର୍ଟରେ ଅବମାନନା ପିଟିସନ ଦାଖଲ କରିଥିଲେ ।

Comments are closed.