Latest Odisha News

BREAKING NEWS

ଏହି ରାଜ୍ୟର ଅଧିକାଂଶ ଲୋକ ମାଂସାହାରୀ, ଜାଣନ୍ତୁ କେଉଁ ରାଜ୍ୟ ପ୍ରଥମ

ପଶ୍ଚିମବଙ୍ଗରେ ଅଧିକାଂଶ ଲୋକ ଆମିଷ ଖାଇଥାନ୍ତି । ଆସନ୍ତୁ ଜାଣିବା ଦେଶର ଅବଶିଷ୍ଟ ରାଜ୍ୟଗୁଡିକରେ କେତେ ପ୍ରତିଶତ ଲୋକ ଆମିଷ ଖାଇଥାନ୍ତି ।

ନୂଆଦିଲ୍ଲୀ: ଆମ ଦେଶରେ ପ୍ରୟ ସବୁବେଳେ ମାଂସାହାରୀ ଓ ଶାକାହାରୀ ଲୋକଙ୍କ ମଧ୍ୟରେ ବିତର୍କ ଲାଗି ରହିଥାଏ | ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିର୍ଦ୍ଦେଶକୁ ନେଇ ବର୍ତ୍ତମାନ ସେ ସବୁଆଡେ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ, ଦେଶରେ ଆମିଷ ଖାଦ୍ୟର ଚାହିଦା କିଭଳି ଦ୍ରୁତ ଗତିରେ ବଢିବାରେ ଲାଗିଛି ଏବଂ କେଉଁ ରାଜ୍ୟରେ କେତେ ଲୋକ ଆମିଷ ଖାଉଛନ୍ତି ।

ସରକାରୀ ଆକଳନ ଅନୁସାରେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ରିପୋର୍ଟ ଅନୁସାରେ, ୧୬ ଟି ରାଜ୍ୟରେ ପ୍ରାୟ ୯୦ପ୍ରତିଶତ ଲୋକ ଆମିଷ ଖାଉଛନ୍ତି । ସେହିପରି ଚାରୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଖ୍ୟା ୭୫-୯୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ସର୍ବେକ୍ଷଣ ଅନୁଯାୟୀ, ପାଞ୍ଚଟି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ୫୦ ରୁ ୭୫ ପ୍ରତିଶତ ଲୋକ ଆମିଷ ଖାଉଛନ୍ତି। ତେବେ ପଶ୍ଚିମବଙ୍ଗରେ ସର୍ବାଧିକ ୯୯.୦୩ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ମାଂସାହାରୀ ଅଟନ୍ତି । ଏହା ପରେ ନାଗାଲାଣ୍ଡରେ ୯୯.୦୮ ପ୍ରତିଶତ ଲୋକ ଏବଂ ତେଲେଙ୍ଗାନାର ୯୭.୦୩% ଲୋକ ମାଂସାହାରୀ ଅଟନ୍ତି |

ଜାଣନ୍ତୁ କେଉଁ ରାଜ୍ୟରେ କେତେ ଲୋକ ମାଂସାହାରୀ

  • ପଶ୍ଚିମବଙ୍ଗ – ୯୯.୦୩%
  • ନାଗାଲାଣ୍ଡ – ୯୯.୦୮ %
  • ତେଲେଙ୍ଗାନା – ୯୭.୦୩%
  • ଆନ୍ଧ୍ରପ୍ରଦେଶ – ୯୭.୦୩%
  • ତାମିଲନାଡୁ – ୯୭.୦୭%
  • ଓଡିଶା – ୯୬.୦୪%
  • କେରଳ – ୯୮.୦୧%
  • ଝାଡଖଣ୍ଡ – ୯୫.୦୩%
  • ବିହାର – ୯୦%
  • କର୍ଣ୍ଣାଟକ – ୮୩%
  • ଦିଲ୍ଲୀ – ୮୧%
  • ଉତ୍ତରପ୍ରଦେଶ – ୫୫%
  • ମଧ୍ୟପ୍ରଦେଶ – ୫୧%
  • ମହାରାଷ୍ଟ୍ର – ୫୯%
  • ରାଜସ୍ଥାନ – ୨୬.୦୮%
  • ଗୁଜୁରାଟ – ୩୯.୦୯%
  • ଗୋଆ – ୩%

    ଉତ୍ତର-ପୂର୍ବରେ ସିକ୍କିମ୍ ବ୍ୟତୀତ ଉପରି କୌଣସି ରାଜ୍ୟ ନାହିଁ ଯେଉଁଠାରେ ମାଂସାହାରୀ ଲୋକଙ୍କ ସଂଖ୍ୟା ୯୯ ରୁ କମ୍ ଥିବ । ସୂଚନା ଅନୁଯାୟୀ, ପ୍ୟୁ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏ ସମ୍ପର୍କରେ ଏକ ସର୍ଭେ କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ କେଉଁ ଧର୍ମର ଲୋକ କେତେ ଆମିଷ ଖାଇଥାନ୍ତି । ଏହି ସର୍ବେକ୍ଷଣର ଫଳାଫଳରେ କୁହାଯାଇଥିଲା ୯୨ ପ୍ରତିଶତ ଜୈନ ସମ୍ପ୍ରଦାୟର ଲୋକ ସମ୍ପୂର୍ଣ୍ଣ ଶାକାହାରୀ ଅଟନ୍ତି। ସେହିପରି ୮ ପ୍ରତିଶତ ମୁସଲିମ ଲୋକ ସମ୍ପୁର୍ଣ୍ଣ ଶାକାହାରୀ ହୋଇଥିବା ବେଳେ ୧୦ ପ୍ରତିଶତ ଖ୍ରୀଷ୍ଟିଆନ ଲୋକ ଶାକାହାରୀ ଅଟନ୍ତି । ହିନ୍ଦୁ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ୪୪ ପ୍ରତିଶତ ଶାକାହାରୀ ଏବଂ ଅବଶିଷ୍ଟ ୫୬ ପ୍ରତିଶତ ମାଂସାହାରୀ ବର୍ଗରେ ଅଛନ୍ତି।

 

Comments are closed.