Latest Odisha News

୨୫ ଡିସେମ୍ବରରେ ହିଁ କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ୍, ଜାଣନ୍ତୁ କାରଣ

ଭୁବନେଶ୍ଵର: ଅନେକ ପର୍ବ ମଧ୍ୟରୁ ଖ୍ରୀଷ୍ଟମାସ ହେଉଛି ସବୁଠାରୁ ଅନ୍ୟତମ । ଖ୍ରୀଷ୍ଟିଆନ ମାନଙ୍କର ଖ୍ରୀଷ୍ଟମାସ ହେଉଛି ଏକ ପ୍ରମୁଖ ପର୍ବ | ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ପାଳନ କରାଯାଏ | ତେବେ କଣ ଆପଣ ଜାଣନ୍ତି କି, କାହିଁକି ୨୫ ଡିସେମ୍ବରରେ ହିଁ ଏହି ପର୍ବ ପାଳନ କରାଯାଏ | ଆସନ୍ତୁ ଜାଣିବା ସେ ବିଷୟରେ…

ଏହି ଦିନ ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଥିଲେ । ଯେହେତୁ ଖ୍ରୀଷ୍ଟିଆନ୍ ମାନଙ୍କର ଦେବତା ପ୍ରଭୁ ଯୀଶୁ ତେଣୁ ତାଙ୍କର ଜନ୍ମଦୀନକୁ ଖ୍ରୀଷ୍ଟମାସ ଭାବରେ ପାଳନ କରାଯାଏ | ଯୀଶୁଖ୍ରୀଷ୍ଟ ମାତା ମେରୀଙ୍କଠାରୁ ଜନ୍ମ ହୋଇଥିଲେ | ବିଶ୍ଵାସ କରାଯାଏ ଯେ ମାତା ମେରୀଙ୍କୁ ସ୍ଵପ୍ନାଦେଶ ହୋଇଥିଲା ଯେ ସେ ପ୍ରଭୁଙ୍କ ପୁତ୍ର ଯୀଶୁଙ୍କୁ ଜନ୍ମ ଦେବେ | ଏହି ସ୍ୱପ୍ନ ପରେ, ମେରୀ ଗର୍ଭବତୀ ହେଲେ । କିନ୍ତୁ ଗର୍ଭଧାରଣ ସମୟରେ ତାଙ୍କୁ ମେଣ୍ଢାଶାଳରେ ରହିବାକୁ ପଡିଥିଲା | ସେ ଡିସେମ୍ବର ୨୫ରେ ମେଣ୍ଡାଶାଳରେ ଯୀଶୁ ଖ୍ରୀଷ୍ଟଙ୍କୁ ଜନ୍ମ ଦେଇଥିଲେ | ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସ୍ଥାନଠାରୁ କିଛି ଦୂରରେ କେତେକ ମେଷପାଳକ ମେଣ୍ଢା ଚରାଉଥିଲେ। ସମସ୍ତେ ତାଙ୍କୁ ସେତେବେଳେ ଦେଖିବାକୁ ଆସିଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟିଆନ ଧର୍ମର ପ୍ରତିଷ୍ଠା କରିଥିଲେ । ସେଥିପାଇଁ ୨୫ ଡିସେମ୍ବରରେ ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଏ |

ତେବେ ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ପାଇଁ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ । କେବଳ ଏତିକି ନୁହେଁ ସବୁଜ ରଙ୍ଗ ମାନବିକତାର ଶିକ୍ଷା ଦେବାସହ ଜୀବନରେ ସୁଖ ମଧ୍ୟ ଆଣିଦିଏ । କେବଳ ଖ୍ରୀଷ୍ଟ ଧର୍ମର ଲୋକେ ନୁହେଁ ବରଂ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଏହି ପର୍ବ ପାଇଁ ବେଶ୍‌ ଉତ୍ସାହିତ ରହିଥାନ୍ତି ।

Comments are closed.