Latest Odisha News

BREAKING NEWS

ବାରମ୍ବାର ଥଣ୍ଡା ହେଉଛି କି? କେମିତି ବଢିବ ରୋଗ ପ୍ରତିରୋଧ ଶକ୍ତି , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଶୀତଦିନେ ସୁସ୍ଥ ରହିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରନ୍ତି  । କିନ୍ତୁ ଶରୀର ସୁସ୍ଥ ରଖିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ହେବା ନିହାତି ଆବଶ୍ୟକ  । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ଲାଗୁ ରହୁଛି  ।  ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ ରୋଗଗ୍ରସ୍ତ ହୋଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଓ ମଜଭୂତ ହୋଇଥାଏ। ଆସନ୍ତୁ ଜାଣନ୍ତୁ..

ରାତିରେ କାଜୁ  ଏବଂ ପିସ୍ତା ବାଦାମ ଆଦିକୁ ପାଣିରେ ଭିଜାଇ ଏହାକୁ ସକାଳେ ଖାଆନ୍ତୁ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯେ।ଗାଇଥାଏ। ସାଲାଡ଼ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ବିଭିନ୍ନ ପ୍ରକାର ପୋଷକ ଥିବାରୁ ଏହା ଖୁବ ସ୍ୱାସ୍ଥ୍ୟ ଉପକାରୀ। ତୁଳସୀ ଆଣ୍ଟି-ବାୟୋଟିକର କାମ କରିଥାଏ। ତେଣୁ ନିୟମିତ ତୁଳସୀ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଅଧିକ ପରିମାଣରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ ହେବାରେ ସହାୟକ ହୋଇଥାଏ। ଥଣ୍ଡା ପାଣି ପରିବର୍ତ୍ତେ ହାଲକା ଉଷୁମ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ । ଗଜା ମୁଗ, ବୁଟ ଓ ଡ଼ାଲି ଜାତୀୟ ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏଥିରେ ଭରପୂର ମାତ୍ରାରେ ପୋଷଣ ଥାଏ। ଏ ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହଜରେ ହଜମ ମଧ୍ୟ ହୋଇଥାଏ। ଅଧିକ ରସଯୁକ୍ତ ଫଳ ଖାଇବା ଖୁବ ଉତ୍ତମ। କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଥାଏ  । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ  ।

Comments are closed.