Latest Odisha News

BREAKING NEWS

ଜାନୁଆରୀ ୬ରେ ଲକ୍ଷ୍ୟପଥ L1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ L1: ଇସ୍ରୋ ଅଧ୍ୟକ୍ଷ 

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ସଫଳ ହେବା ଆଶା ଉଜ୍ବଳ । ଭାରତର ପ୍ରଥମ ସୋଲାର ମିଶନ୍ ‘ଆଦିତ୍ୟ L1’ ବର୍ତ୍ତମାନ ସଫଳତାର ଖୁବ ନିକଟରେ ପହଞ୍ଚିଛି । ଖୁବଶୀଘ୍ର ଭାରତର ହିଁ ସୂର୍ଯ୍ୟପୃଷ୍ଠରେ ପାଦ ଥାପିବ। ଆସନ୍ତା ଜାନୁଆରୀ ୬ରେ ନିଜ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ L1 । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ L1 । ସୂଚନା ଦେଲେ ଇସ୍ରୋର ମୁଖ୍ୟ ଏସ୍ ସୋମନାଥ । ୬ ଜାନୁଆରୀରେ ଆଦିତ୍ୟ L1 ଅର୍ବିଟରରେ ପ୍ରବେଶ କରିବ ।

ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, L1 ପଏଣ୍ଟରେ ପହଞ୍ଚିବା ସମୟରେ ଇଞ୍ଜିନକୁ ପୁଣିଥରେ ଫାୟାର କରିବାକୁ ପଡ଼ିବ । ଏହାଦ୍ୱାରା ମିଶନ୍ ଅଧିକ ଆଗକୁ ଯାଇ ପାରିବ ନାହିଁ । ତେବେ ଥରେ ଏଠାରେ ପହଞ୍ଚିବା ପରେ ଆଦିତ୍ୟ L1 ଏଠାରେ ବୁଲିବା ଆରମ୍ଭ କରିବ । L1 ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପାଖରେ ହେଉଥିବା ସମସ୍ତ ଘଟଣାବଳୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ତଥ୍ୟ ପ୍ରଦାନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨ ସେପ୍ଟମ୍ବେରରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱାନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା L1 । ଏଥିରେ ୭ଟି ପେଲୋଡ ବ୍ୟବହାର କରାଯାଇଛି।ପେଲୋଡକୁ ନଭେମ୍ବର ୨୦ରେ ଚାଲୁ କରାଯାଇଥିଲା । ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ପୃଷ୍ଠ ଫୋଟୋସ୍ଫିୟର ଓ ସୂର୍ଯ୍ୟଙ୍କ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳ ମଧ୍ୟରେ ଥିବା ପତଳା ପରଦର ଫଟୋ ଉତ୍ତୋଳନ କରିଥିଲା । ଏହି କୋମୋସ୍ଫିୟର ସୂର୍ଯ୍ୟ ପୃଷ୍ଠରୁ ୨ ହଜାର କି.ମି ଉପରେ ରହିଥାଏ । ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟଙ୍କ ଫଟୋ ଡିସେମ୍ବର ୬ ତାରିଖରେ ମିଳିଥିଲା । କିନ୍ତୁ ତାହା କେବଳ ଏକ ଲାଇଟ ସାଇନ୍ସ ଇମେଜ୍ ଥିଲା । ୯ ତାରିଖରେ ଆଦିତ୍ୟ L1 ଫୁଲ୍ ଡିସ୍କ ଇମେଜ ପଠାଇଥିଲା । ଏହିସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥର ଥିଲା । ଅର୍ଥାତ୍ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ । ଫଟୋରେ ସୂର୍ଯ୍ୟରେ ଥିବା ଦାଗ ଓ ଶାନ୍ତ ପଡ଼ିଥିବା ଅଂଶ ଦେଖାଯାଇଛି । ଏହି ଫଟୋ ସାହାଯ୍ୟରେ ବୈଜ୍ଞାନିକ ସୂର୍ଯ୍ୟଙ୍କ ଗବେଷଣା ଆହୁରି ଭଲ ଭାବରେ କରିପାରିବେ ।

Comments are closed.